Monday, December 2, 2019

ଦେଶର ଉର୍ଜା ସୁରକ୍ଷାକୁ ହାସଲ କରିବା ପାଇଁ କାମ କର : ଧର୍ମେନ୍ଦ୍ର









ନୂଆଦିଲ୍ଲୀ, ୦୨/୧୨ : ନୂଆଦିଲ୍ଲୀ ଠାରେ ଭାରତୀୟ ପେଟ୍ରୋଲିୟମ ଶିଳ୍ପ ସଂଘ(ଏଫଆଇପିଆଇ)ର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ୨୦୧୯ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ଉର୍ଜା ସୁରକ୍ଷାକୁ ହାସଲ କରିବା ପାଇଁ କାମ କରିବାକୁ ପେଟ୍ରୋଲିୟମ ଶିଳ୍ପର ଅଧିକାରୀ ତଥା ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଗରିବ ଲୋକଙ୍କ ଜୀବନଶୈଳିକୁ ପରିବର୍ତନ କରିବାର ଦାୟିତ୍ୱ କେବଳ ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି । ସମସ୍ତଙ୍କ ପାଖରେ ସୁଲଭ ମୂଲ୍ୟରେ ଉର୍ଜା ପହଁଚାଇ ଗରିବ ଲୋକଙ୍କର ଜୀବନରେ ଅଭୁତପୂର୍ବ ପରିବର୍ତନ ଆଣିବାର କ୍ଷମତା ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି । ଭାରତୀୟ ତୈଳ ବିପଣନ କମ୍ପାନୀମାନେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ସମୟ ବଦଳିବା ସହ କେନ୍ଦ୍ର ସରକାର ବିଗତ ଦିନ ମାନଙ୍କରେ ଏହି କ୍ଷେତ୍ରରେ ସଂସ୍କାରରେ ଅନେକ ସୁଧାର ଆଣିଛନ୍ତି । ତେବେ ପେଟ୍ରୋଲିୟମ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ସମସ୍ତଙ୍କ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି । ଅପରପକ୍ଷରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରେ ଏହି ଲକ୍ଷ୍ୟକୁ ଭାରତର ତୈଳ ଓ ଗ୍ୟାସ କ୍ଷେତ୍ର ହାସଲ କରିବାର କ୍ଷମତା ରଖିଛି । ସେହିପରି ଆଜି ଦେଶ ଅନେକ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି । ଏହି ସମୟରେ ଦେଶର ପେଟ୍ରୋଲିୟମ ଶିଳ୍ପ ଅନେକ ବାଧାବିଘ୍ନ ସମ୍ମୁଖୀନ କରି ଆଗକୁ ବଢିବାର ମଧ୍ୟ କ୍ଷମତା ରଖିଛି । ସେହିପରି ଆଗାମୀ ଦିନରେ ବିକଳ୍ପ ଉର୍ଜା, ସବୁଜ ଉର୍ଜା ପାଇଁ ନୂଆ ଯନ୍ତ୍ର ଆବିଷ୍କାର ନିମନ୍ତେ କମ୍ପାନୀ ମାନଙ୍କୁ ପୁରସ୍କୁତ କରାଯାଉ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।

Sunday, December 1, 2019

ହାରିବା ଭୟରେ ବନ୍ଧୁକ ଧରି ଜନଜାତିଙ୍କ ହକ୍କୁ ଛଡାଇବା ପାଇଁ ଚାହୁଁଛି କଂଗ୍ରେସ : ଧର୍ମେନ୍ଦ୍ର



ଝାଡଖଣ୍ଡ, ୧/୧୨ : ହାରିବା ଭୟରେ ବିଜେପିର ପ୍ରତିପକ୍ଷ କଂଗ୍ରେସ ଓ ଜେଏମଏମ ବନ୍ଧୁକ ଧରି ଝାଡଖଣ୍ଡବାସୀଙ୍କ ମନରେ ଭୟ ତିଆରି କରିବାର ମଙ୍ଗ ଧରିଛନ୍ତି । ବନ୍ଧୁକ ଧରି ଜନଜାତିଙ୍କ ଅଧିକାରକୁ ଛଡାଇବା ପାଇଁ ଚାହୁଁଛନ୍ତି । ଏମାନେ ଜନଜାତିଙ୍କ ସେବା କରିବା ପାଇଁ କ୍ଷମତାକୁ ଆସିବାକୁ ଚାହୁ ଁନାହାନ୍ତି ବରଂ ଗୋଟିଏ ପରିବାରର ସେବା କରିବା ପାଇଁ କ୍ଷମତା ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି । କଂଗ୍ରେସ ସରକାର ଝାଡଖଣ୍ଡରେ ଦୁର୍ନୀତି କରି ଜନତାଙ୍କୁ ଲୁଟ କରିବା ସହ କିଛି ଦେଇନାହିଁ ବୋଲି ରବିବାର ଝାଡଖଣ୍ଡର ଓଡିଆ ଭାଷାଭାଷୀ ଅଂଚଳ ମୋନହରପୁର, ଖରସୁଆଁ ଏବଂ ମଜଗାଓଁରେ ଦଳ ପକ୍ଷରୁ ଆୟୋଜିତ ନିର୍ବାଚନ ସଭାରେ ଯୋଗଦେବା ସହ ପୃଥକ ଏକ ପ୍ରେସମିଟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ପାଇଁ ବୁଲେଟ୍ ନୁହଁ, ବାଲଟର ଲଢେଇ । ଝାଡଖଣ୍ଡରେ ବିର୍ସା ମୁଣ୍ଡା ଗରିବ ତଥା ଜନଜାତିଙ୍କ ଅଧିକାର ପାଇଁ ଇଂରେଜ ବିରୋଧରେ ଲଢିଥଲେ । ଅନ୍ୟପକ୍ଷେ ନକ୍ସଲଙ୍କ ବିରୋଧ ପରେ ମଧ୍ୟ ଝାଡଖଣ୍ଡରେ ଭୋଟଦାନ ଉତ୍ସାହ ଜନକ ରହିଛି । ଗରିବ ଜନଜାତି, ଦଳିତ, ମହିଳା, ଯୁବ ସମୂହ ମାନଙ୍କରେ ଭାରତୀୟ ଜନତା ପାର୍ଟି ପ୍ରତି ଅତୁଟ ଭରସା ରହିଛି । ଅସ୍ଥିର ସରକାର ହେବା ଦ୍ୱାରା ଗରିବଙ୍କ କ୍ଷତି ହୁଏ । ଦେଶକୁ ସ୍ଥିର ସରକାରର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାଡଖଣ୍ଡରେ ଲମ୍ବା ସମୟ ଧରି ଅସ୍ଥିର ସରକାର ଥିଲା । କଂଗ୍ରେସ ଶାସନ ସମୟରେ ଦଶନ୍ଧି ଦଶନ୍ଧି ଧରି ଝାଡଖଣ୍ଡରେ ବସବାସ କରୁଥିବା ଗରିବ ଜନଜାତି, ପଛୁଆ ବର୍ଗର ଲୋକଙ୍କ ଟଙ୍କାକୁ ଲୁଟ କରାଯାଉଥିଲା । ମାତ୍ର ମୋଦି ସରକାର ଜନଜାତିଙ୍କ ବିକାଶକୁ ଅଧିକ ପ୍ରଧାନ୍ୟ ଦେଇଛନ୍ତି । ଏତଦବ୍ୟତିତ ଗତ ୫ ବର୍ଷରେ କଂଗ୍ରେସ ସରକାର ଓ ମୋଦି ସରକାରରେ ଝାଡଖଣ୍ଡରେ ହୋଇଥିବା ବିକାଶର ସୂଚନା ପ୍ରଦାନ କରିଥିଲେ ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ କଂଗ୍ରେସ ଶାସନ ସମୟରେ ଅର୍ଥ କମିଶନରେ ଝାଡଖଣ୍ଡ ରାଜ୍ୟକୁ ଅନୁଦାନ ଆକାରରେ ମୋଟ ୫୫ ହଜାର ୨୫୩ କୋଟି ଟଙ୍କା ମିଳିଥିଲା । ମାତ୍ର ଦେଶରେ ମୋଦି ସରକାର ହେବା ପରେ ଚତୁର୍ଦ୍ଦଶ ଅର୍ଥ କମିଶନରେଝାଡଖଣ୍ଡ ରାଜ୍ୟକୁ ୧ ଲକ୍ଷ ୪୩ ହଜାର ୩୪୫ କୋଟି ଟଙ୍କା ଦିଆଯାଇଛି । ଯେଉଁମାନେ ଝାଡଖଣ୍ଡକୁ ଲୁଟୁଥିଲେ ସେମାନେ ୫୫ ହଜାର ୨୫୩ କୋଟି ଟଙ୍କା ଦେଇଥିଲା ବେଳେ ଏହା ତୁଳନାରେ ମୋଦି ପାଖାପାଖି ୮୮ ହଜାର କୋଟି ଟଙ୍କା ଅଧିକ ଅର୍ଥ ଝାଡଖଣ୍ଡର ସମଗ୍ର ବିକାଶ ପାଇଁ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୫ ବର୍ଷରେ ବିଜେପି ସରକାରରେ ଝାଡଖଣ୍ଡର ବିକାଶରେ ଅଭୁତପୂର୍ବ ପରିବର୍ତନ ହୋଇଛି । ଗତ ୫ ବର୍ଷରେ ବିଜେପି ସରକାରରେ ଝାଡଖଣ୍ଡରେ ମୁଦ୍ରା ଯୋଜନାରେ ୩୧ ଲକ୍ଷ ଲାଭାର୍ଥୀଙ୍କୁ ୧୨ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୧ କୋଟି ୨୬ ଲକ୍ଷ ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି । ସେହିପରି ୧୫ ଲକ୍ଷ ଘରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦିଆଯାଇଛି, ୪୦ ଲକ୍ଷ ଶୋଚାଳୟ ନିର୍ମାଣ ହୋଇଛି, ଉଜ୍ଜାଲା ଯୋଜନାରେ ୧ କୋଟି ୩୫ ଲକ୍ଷ ଏଲଇଡି ବଲ୍ ବଂଟାଯାଇଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୩୨ ଲକ୍ଷ ଗରିବ ମା ଭଉଣୀଙ୍କ ଘରେ ମାଗଣା ଏଲପିଜି ସଂଯୋଗ ଦିଆଯାଇଛି । ଝାଡଖଣ୍ଡ ସରକାର କିଛି ଘରେ ଦୁଇଟି ଏଲପିଜି ସିଲିଣ୍ଡର ମଧ୍ୟ ଉପଲବ୍ଧ କରାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଜନଜାତିଙ୍କ ବିକାଶ ତଥା ସେମାନଙ୍କର ରୋଜଗାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଖୁବ ବନଜାତ ଦ୍ରବ୍ୟରୁ ପେଟ୍ରୋଲ ଓ ଡିଜେଲ ବାହାର କରିବାର ଯୋଜନା କରିଛନ୍ତି । ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରି କହିଛନ୍ତି ଯେ ଭୟ ଆତଙ୍କ ସୃଷ୍ଟି କରୁଥିବା ସରକାର ଗଢିବା ଦରକାର ନା ବିକାଶ କରୁଥିବା ସରକାର ଦରକାର । ଝାଡଖଣ୍ଡର ଯୁବକଙ୍କ ରୋଜଗାର, ମା ଭଉଣୀଙ୍କ ସୁରକ୍ଷା, ଜନଜାତିଙ୍କ ସ୍ୱାଭିମାନ ପାଇଁ ମୋଦିଙ୍କ ହାତମୁଠାକୁ ଟାଣ କରିବାର ଆବଶ୍ୟକତା ରହିଛି । ତେଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Tuesday, November 26, 2019

70ତମ ସମ୍ବିଧାନ ଦିବସ ଅବସରରେ ସଂସଦର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ




ମହାମହିମ ରାଷ୍ଟ୍ରପତି ମହାଶୟ, ଆଦରଣୀୟ ଉପରାଷ୍ଟ୍ରପତି ମହାଶୟ, ଆଦରଣୀୟ ବାଚସ୍ପତି ମହୋଦୟ, ଶ୍ରୀମାନ ପ୍ରହଲାଦ ଯୋଶୀ ମହୋଦୟ ଏବଂ ଆଦରଣୀୟ ଜନ ପ୍ରତିନିଧିଗଣ ।
କିଛି ଦିନ ଏବଂ କିଛି ଅବସର ଏପରି ହୋଇଥାଏ ଯାହା ଅତୀତ ସହିତ ଆମର ସମ୍ବନ୍ଧକୁ ସୁଦୃଢ଼ କରିଥାଏ । ଆମକୁ ଉନ୍ନତ ଭବିଷ୍ୟତରେ ଏବଂ ସେହି ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ । ଆଜି ହେଉଛି ସେହି ନଭେମ୍ବର 26ର ଐତିହାସିକ ଦିବସ । 70 ବର୍ଷ ପୂର୍ବେ ଆମେ ବିଧିବଦ୍ଧ ଭାବେ ଏକ ନୂତନ ରଙ୍ଗ-ରୂପ ସହିତ ସମ୍ବିଧାନକୁ ସ୍ୱୀକାର କରିଥିଲୁ, କିନ୍ତୁ ଏହା ସହିତ ଆଜି 26 ନଭେମ୍ବର ଦୁଃଖ ମଧ୍ୟ ଦେଇଥାଏ, ଯେତେବେଳେ ଭାରତମାତାର ମହାନ ଉଚ୍ଚ ପରମ୍ପରାମାନ, ହଜାର ହଜାର ବର୍ଷର ସାଂସ୍କୃତିକ ପରମ୍ପରା, ବସୁଧୈବ କୁଟୁମ୍ବକମର ଚିନ୍ତାଧାରାକୁ ନେଇ ବଂଚୁଥିବା ମହାନ ପରମ୍ପରା, ତାକୁ ହିଁ ଆଜି 26 ନଭେମ୍ବରରେ ମୁମ୍ବଇରେ ଆତଙ୍କବାଦୀ ଯୋଜନାବଦ୍ଧ ଭାବେ ଗୁଳିବିଦ୍ଧ କରିବାକୁ ପ୍ରୟାସ କରିଥିଲେ । ମୁଁ ଆଜି ସେହି ସମସ୍ତ ମୃତ ଆତ୍ମାଗୁଡିକୁ ପ୍ରଣାମ କରୁଛି । ସାତ ଦଶକ ପୂର୍ବେ ଏହି କେନ୍ଦ୍ରୀୟ ହଲରେ ଏତିକି ହିଁ ପବିତ୍ର ସ୍ୱରର ଗୁଂଜନ ହୋଇଥିଲା, ସମ୍ବିଧାନର ଗୋଟିଏ ଗୋଟିଏ ଅନୁଚ୍ଛେଦ ଉପରେ ଅତି ସୂକ୍ଷ୍ମତାର ସହିତ ଗଭୀର ଚର୍ଚ୍ଚା ହୋଇଥିଲା । ତର୍କ ବିତର୍କ ହୋଇଥିଲା, ତଥ୍ୟ ଆସିଲା, ବିଚାର ଆସିଲା, ଏହି ସ୍ଥାନ ଜ୍ଞାନର ମହାକୁମ୍ଭ ଥିଲା ଏବଂ ଯାହା ଉପରେ ଭାରତର ପ୍ରତ୍ୟେକ କୋଣ ଅନୁକୋଣର ସ୍ୱପ୍ନକୁ ଶବ୍ଦରେ ପରିଣତ କରିବାର ଏକ ଭରପୂର ପ୍ରୟାସ କରାଯାଇଥିଲା । ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ଭୀମରାଓ ବାବା ସାହେବ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ପଣ୍ଡିତ ନେହେରୁ, ଆଚାର୍ଯ୍ୟ ଶୁକରାଣୀ ମହୋଦୟା, ମୌଲାନା ଆଜାଦ୍, ପୁରୁଷୋତ୍ତମ ଦାସ ଟଣ୍ଡନ୍, ସୁଚେତା କୃପଲାନୀ, ହଂସା ମେହେଟ୍ଟା, ଏଲଡି କୃଷ୍ଣସ୍ୱାମୀ ଆୟାର, ଏନ୍ ଗୋପାଳାସ୍ୱାମୀ ଏଙ୍ଗର୍, ଜନ୍ ମଥାଇଙ୍କ ଭଳି ଅଗଣିତ ମହାପୁରୁଷ ଯେଉଁମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଯୋଗଦାନ ଦେଇ ଆମକୁ ଏହି ମହାନ ପରମ୍ପରା ଆମ ହାତରେ ସମର୍ପଣ କରିଛନ୍ତି । ଆଜିର ଏହି ଅବସରରେ ମୁଁ ସେହି ସମସ୍ତ ମହାନ ବିଭୁତିମାନଙ୍କୁ ସ୍ମରଣ କରୁଛି ଆଉ ସେମାନଙ୍କୁ ଆଦରପୂର୍ବକ ପ୍ରଣାମ କରୁଛି ।
ଆଜି ନିଜ କଥାର ଆରମ୍ଭ ମୁଁ ଆପଣ ସମସ୍ତଙ୍କୁ ବାବା ସାହେବ ଆମ୍ବେଦକର, 25 ନଭେମ୍ବର 1949, ସମ୍ବିଧାନ ସ୍ୱୀକାର କରିବାର ଗୋଟିଏ ଦିନ ପୂର୍ବରୁ ନିଜର ଶେଷ ଭାଷଣରେ ଯେଉଁ କଥା କହିଥିଲେ, ତାହା ନିଶ୍ଚିତ ଅବତାରଣା କରିବାକୁ ଚାହିଁବି । ବାବା ସାହେବ ଦେଶକୁ ପ୍ରତିଶୃତି ଦେଇଥିଲେ କି ଭାରତ ପ୍ରଥମ ଥର 1947ରେ ସ୍ୱାଧୀନ ହୋଇଛି ଅବା ପୁଣି 26 ଜାନୁୟାରୀ 1950କୁ ଗଣତନ୍ତ୍ର ରାଷ୍ଟ୍ର ହୋଇଛି, ଏଭଳି ନୁହେଁ । ଭାରତ ପୂର୍ବରୁ ମଧ୍ୟ ସ୍ୱାଧୀନ ଥିଲା ଆଉ ଆମର ଏଠାରେ ଗଣତନ୍ତ୍ର ମଧ୍ୟ ଥିଲା, ଆଉ ସେ ଆଗକୁ ଦୁଃଖ ପ୍ରକଟ କରି କହିଥିଲେ ନିଜ ଭୁଲ କାରଣରୁ ହିଁ ଆମେ ଅତୀତରେ ସ୍ୱାଧୀନତା ମଧ୍ୟ ହରାଇଥିଲେ ଏବଂ ଗଣତନ୍ତ୍ରର ଚରିତ୍ର ମଧ୍ୟ ହରାଇଥିଲେ । ଏଭଳି ସ୍ଥିତିରେ ବାବା ସାହେବ ଦେଶକୁ ଚେତାବନୀ ଦେଇ ପଚାରିଥିଲେ କି ଆମକୁ ସ୍ୱାଧୀନତା ମଧ୍ୟ ମିଳିଗଲା, ଗଣତନ୍ତ୍ର ମଧ୍ୟ ହୋଇଗଲା, କିନ୍ତୁ କ’ଣ ଆମେ ଏହାକୁ ଅତୁଟ ରଖି ପାରିବା । କ’ଣ ଅତୀତରୁ ଆମେ ଶିକ୍ଷା ନେଇ ପାରିବା । ଆଜି ଯଦି ବାବା ସାହେବ ଥାଆନ୍ତେ ତ ତାଙ୍କଠାରୁ ଅଧିକ ପ୍ରସନ୍ନତା ବୋଧହୁଏ ଆଉ କାହାକୁ ମିଳି ନଥାଆନ୍ତା । କାରଣ ଭାରତ ଏତେ ବର୍ଷରେ ନା କେବଳ ତାଙ୍କ ପ୍ରଶ୍ନର ଉତ୍ତର ଦେଇଛି ବରଂ ନିଜ ସ୍ୱାଧୀନତାକୁ, ଗଣତନ୍ତ୍ରକୁ ଆହୁରି ସମୃଦ୍ଧ ଓ ସଶକ୍ତ କରିଛି ଆଉ ଏଥିପାଇଁ ଆଜିର ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ବିଗତ ସାତ ଦଶକରେ ସମ୍ବିଧାନର ଭାବନାକୁ ଅକ୍ଷୁର୍ଣ୍ଣ ରଖୁଥିବା ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାର ସମସ୍ତ ସାଥୀମାନଙ୍କୁ ଗୌରବ ପୂର୍ବକ ସ୍ମରଣ କରୁଛି, ପ୍ରଣାମ କରୁଛି । ମୁଁ ବିଶେଷ କରି 130 କୋଟି ଭାରତବାସୀଙ୍କ ସମ୍ମୁଖରେ ନତମସ୍ତକ ହେଉଛି । ଯେଉଁମାନେ ଭାରତର ଗଣତନ୍ତ୍ର ପ୍ରତି ଆସ୍ଥାକୁ କେବେ କମ୍ ହେବାକୁ ଦେଇ ନାହାଁନ୍ତି । ଆମର ସମ୍ବିଧାନକୁ ସର୍ବଦା ଏକ ପବିତ୍ର ଗ୍ରନ୍ଥ ମାନିଛନ୍ତି, ମାର୍ଗଦର୍ଶକ ଆଲୋକବର୍ତିକା ଭାବେ ମାନିଛନ୍ତି ।
ସମ୍ବିଧାନର 70 ବର୍ଷ ଆମ ପାଇଁ ହର୍ଷ, ଉତ୍କର୍ଷ ଏବଂ ନିଷ୍କର୍ଷର ମିଶ୍ରିତ ଭାବନା ନେଇ ଆସିଛି । ହର୍ଷ ଏହା ହେଉଛି କି ସମ୍ବିଧାନର ଭାବନା ଅଟଳ ଏବଂ ଅତୁଟ ରହିଛି । ଯଦି କେବେ କିଛି ଏଭଳି ପ୍ରକାରର ପ୍ରୟାସ ହୋଇଛି ତ ଦେଶବାସୀ ମିଳିମିଶି ତାହାକୁ ଅସଫଳ କରିଛନ୍ତି । ସମ୍ବିଧାନ ଉପରେ ଆଞ୍ଚ ଆଣିବାକୁ ଦେଇ ନାହାଁନ୍ତି । ଉତ୍କର୍ଷ ଏହି କଥା ପାଇଁ ଆମେ ଦୃଢ଼ ନିଶ୍ଚିତ ହେବା କି ଆମର ସମ୍ବିଧାନର ଦୃଢ଼ତା କାରଣରୁ ଏକ ଭାରତ-ଶ୍ରେଷ୍ଠ ଭାରତ ଭଳି ଆମେ ଆଗକୁ ବଢ଼ି ପାରିଛେ । ଆମେ ସମସ୍ତ ସଂସ୍କାର, ମିଳିମିଶି ସମ୍ବିଧାନର ପରିସରରେ ରହି କରିଛେ ଆଉ ନିଷ୍କର୍ଷ ଏହା, କି ଏହି ବିଶାଳ ଏବଂ ବିବିଧତା ଭରା ଭାରତ ପ୍ରଗତୀ ପାଇଁ ସୁନ୍ଦର ଭବିଷ୍ୟତ ପାଇଁ ନୂତନ ଭାରତ ପାଇଁ ମଧ୍ୟ ଆମ ସମ୍ମୁଖରେ କେବଳ ଏବଂ କେବଳ ସମ୍ବିଧାନ, ସମ୍ବିଧାନର ମର୍ଯ୍ୟାଦାଗୁଡ଼ିକ, ସମ୍ବିଧାନର ଭାବନା, ଏହା ଏକମାତ୍ର ହେଉଛି ରାସ୍ତା ଏବଂ ପନ୍ଥା । ଆମ ସମ୍ବିଧାନ ଆମ ପାଇଁ ହେଉଛି ସବୁଠାରୁ ବଡ଼ ଏବଂ ପବିତ୍ର ଗ୍ରନ୍ଥ । ଏକ ଏଭଳି ଗ୍ରନ୍ଥ ଯେଉଁଥିରେ ଆମ ଜୀବନର, ଆମ ସମାଜର, ଆମ ପରମ୍ପରାଗୁଡ଼ିକର, ଆମର ମାନ୍ୟତାଗୁଡ଼ିକର, ଆମର ବ୍ୟବହାର, ଆମର ଆଚାର, ସେହିଗୁଡ଼ିକ ସହିତ ସମାବେଶ ହୋଇଛି । ଏହା ସହିତ ଅନେକ ଆହ୍ୱାନର ସମାଧାନ ମଧ୍ୟ ଅଛି । ଆମର ସମ୍ବିଧାନ ଏତେ ବ୍ୟାପକ ଏଥିପାଇଁ ହୋଇଛି କାରଣ ଏଥିରେ ଆମେ ବାହ୍ୟ ଆଲୋକ ପାଇଁ ନିଜର ଝରକା ଖୋଲା ରଖିଛୁ ଆଉ ତାହା ସହିତ ଭିତରର ଯେଉଁ ଆଲୋକ ଅଛି ତାକୁ ମଧ୍ୟ ଆହୁରି ଅଧିକ ପ୍ରଜ୍ଜ୍ୱଳିତ କରିବାର ଅବସର ମଧ୍ୟ ଦେଇଛୁ ।
ଆଜି ଏହି ଅବସରରେ ଯେତେବେଳେ ଆମେ କହିବା ତ ମୁଁ ଗୋଟିଏ କଥା 2014ରେ ଲାଲକିଲ୍ଲାର ପ୍ରାଚୀରରୁ ଯାହା କହିଥିଲି ତାହାକୁ ଦୋହରାଇବି, ସମ୍ବିଧାନକୁ ଯଦି ଦୁଇଟି ସରଳ ଶବ୍ଦରେ କହିବାର ଅଛି, ସରଳ ଭାଷାରେ କହିବାର ଅଛି ତ କହିବି ଡିଗ୍ନିଟି ଫର୍ ଇଣ୍ଡିଆନ ଆଣ୍ଡ ୟୁନିଟି ଫର୍ ଇଣ୍ଡିଆ ଅର୍ଥାତ ଭାରତୀୟଙ୍କ ପାଇଁ ସମ୍ମାନ ଓ ଭାରତ ପାଇଁ ଏକତା । ଏହି ଦୁଇଟି ମନ୍ତ୍ରକୁ ଆମର ସମ୍ବିଧାନ ସାକାର କରିଛି, ନାଗରିକଙ୍କ ସମ୍ମାନକୁ ସର୍ବୋଚ୍ଚ ସ୍ତରରେ ରଖିଛି ଏବଂ ସମ୍ପୂର୍ଣ୍ଣ ଭାରତର ଏକତା ଏବଂ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିଛି । ଆମ ସମ୍ବିଧାନ ହେଉଛି ବିଶ୍ୱ ଗଣତନ୍ତ୍ରର ସର୍ବୋତ୍କୃଷ୍ଟ ଉପଲବ୍ଧ । ଏହା ନା କେବଳ ଅଧିକାର ପ୍ରତି ଜାଗ୍ରତ ଅଛି ବରଂ ଆମର କର୍ତ୍ତବ୍ୟ ପ୍ରତି ସଚେତନତା ଭାବନା ମଧ୍ୟ ରଖିଛି । ଗୋଟିଏ ଦୃଷ୍ଟିରୁ ଆମର ସମ୍ବିଧାନ ହେଉଛି ବିଶ୍ୱରେ ସବୁଠାରୁ ଅଧିକ ଧର୍ମନିରପେକ୍ଷ । ଆମକୁ କ’ଣ କରିବାକୁ ଅଛି, କେତେ ବଡ଼ ସ୍ୱପ୍ନ ଦେଖିବାକୁ ଅଛି ଏବଂ କେଉଁ ପର୍ଯ୍ୟନ୍ତ ପହଂଚିବାକୁ ଅଛି ଏଥିପାଇଁ କୌଣସି ପ୍ରକାରର ବନ୍ଧନ ରହିନାହିଁ । ସମ୍ବିଧାନରେ ହିଁ ଅଧିକାରର କଥା ରହିଛି ଆଉ ସମ୍ବିଧାନରେ ହିଁ କର୍ତ୍ତବ୍ୟ ପାଳନ କରିବା ପାଇଁ ଆଶା ରଖାଯାଇଛି । ଆମେ କ’ଣ ଜଣେ ବ୍ୟକ୍ତି ହିସାବରେ, ଗୋଟିଏ ପରିବାର ହିସାବରେ, ଗୋଟିଏ ସମାଜ ଭାବେ ନିଜର କର୍ତ୍ତବ୍ୟକୁ ନେଇ ସେତିକି ଗୁରୁତ୍ୱର ସହିତ ବିଚାର କରୁଛୁ, ଯେତିକି ଆମ ସମ୍ବିଧାନ, ଆମର ଦେଶ, ଆମ ଦେଶବାସୀଙ୍କ ସ୍ୱପ୍ନ ଆମଠାରୁ ଆଶା ରଖିଛି । ଯେଭଳି ରାଜେନ୍ଦ୍ର ବାବୁ କହିଥିଲେ କି ଯାହାକିଛି ସମ୍ବିଧାନରେ ଲେଖା ହୋଇ ନାହିଁ ତାହାକୁ ଆମକୁ କନଭେନସନ ବା ସମ୍ମେଳନ ଦ୍ୱାରା ସ୍ଥାପିତ କରିବାକୁ ହେବ ଆଉ ଏହା ମଧ୍ୟ ହେଉଛି ଭାରତର ସ୍ୱତନ୍ତ୍ରତା । ବିଗତ ଦଶକମାନଙ୍କରେ ଆମ୍ଭେମାନେ ଆମର ଅଧିକାର ଉପରେ ଗୁରୁତ୍ୱ ଦେଇଛୁ ଆଉ ତାହାର ମଧ୍ୟ ଆବଶ୍ୟକତା ଥିଲା ଆଉ ଠିକ୍ ମଧ୍ୟ ଥିଲା କାରଣ ସମାଜରେ ଏଭଳି ବ୍ୟବସ୍ଥାଗୁଡ଼ିକ ସୃଷ୍ଟି ହୋଇ ଯାଇଛି ଯାହାଦ୍ୱାରା ଗୋଟିଏ ବୃହତ ବର୍ଗଙ୍କୁ ଅଧିକାରରୁ ବଂଚିତ ରଖା ଯାଇଥିଲା । ବିନା ଅଧିକାରରେ ପରିଚୟ ପାଇଥିବା ଏହି ବୃହତ ବର୍ଗଙ୍କୁ ସମାନତା, ସମତା ଏବଂ ନ୍ୟାୟର ଅନୁଭବ ଦେବା ସମ୍ଭବ ହୋଇ ନଥିଲା । କିନ୍ତୁ ଆଜି ସମୟର ଆହ୍ୱାନ ହୋଇଛି କି ଯେତେବେଳେ ଆମେ ଅଧିକାରର ସହିତ ହିଁ ଏକ ନାଗରିକ ଭାବେ ନିଜ କର୍ତ୍ତବ୍ୟ, ନିଜ ଦାୟିତ୍ୱ ଉପରେ ମନ୍ଥନ କରିବାକୁ ପଡ଼ିବ । କାରଣ ଦାୟିତ୍ୱ ନ ତୁଲାଇ ଆମେ ନିଜ ଅଧିକାରକୁ ସୁରକ୍ଷିତ ରଖିପାରିବା ନାହିଁ ।
ଅଧିକାର ଏବଂ କର୍ତ୍ତବ୍ୟ ମଧ୍ୟରେ ଏକ ବହୁତ ଅତୁଟ ସମ୍ପର୍କ ରହିଛି ଆଉ ଏହି ସମ୍ପର୍କକୁ ମହାତ୍ମା ଗାନ୍ଧିଜୀ ବହୁତ ବିଶେଷ ଭାବେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଆଜି ଯେତେବେଳେ ଦେଶ ପୂଜ୍ୟ ବାପୁଙ୍କର 150 ତମ ଜୟନ୍ତୀର ପର୍ବ ପାଳନ କରୁଛି ତ ତାଙ୍କର ଏହି କଥା ବହୁତ ପ୍ରାସଙ୍ଗିକ ହୋଇ ଯାଇଛି । ସେ କହୁଥିଲେ, ରାଇଟ ଇଜ୍ ଡ୍ୟୁଟି ୱେଲ ପରଫର୍ମ ଅର୍ଥାତ ଅଧିକାର ହିଁ କର୍ତ୍ତବ୍ୟ ଯାହାକୁ ଭଲ ଭାବେ ତୁଲାଇବାକୁ ପଡ଼ିବ । ସେ ଗୋଟିଏ ଜାଗରେ ମଧ୍ୟ ଲେଖିଥିଲେ କି ମୁଁ ନିଜର ଅଶିକ୍ଷିତ କିନ୍ତୁ ବୁଦ୍ଧିମତୀ ମାଆଙ୍କଠାରୁ ଶିଖିଛି କି ସମସ୍ତ ଅଧିକାର ଆପଣଙ୍କ ଦ୍ୱାରା, ପ୍ରକୃତ ନିଷ୍ଠା ଦ୍ୱାରା, ପାଳନ କରାଯାଇଥିବା ନିଜ କର୍ତ୍ତବ୍ୟ ଦ୍ୱାରା ହିଁ ଆସିଥାଏ । ବିଗତ ଶତାବ୍ଦୀର ପ୍ରାରମ୍ଭିକ ଦଶକରେ ଯେତେବେଳେ ସମଗ୍ର ବିଶ୍ୱ ଅଧିକାର ବିଷୟରେ କଥା ହେଉଥିଲେ, ସେତେବେଳେ ଗାନ୍ଧିଜୀ ଗୋଟିଏ ପାଦ ଆଗକୁ ବଢ଼ି କହିଥିଲେ କି ଆସନ୍ତୁ, ଆମୋନେ ନାଗରିକମାନଙ୍କର କର୍ତ୍ତବ୍ୟ ଅର୍ଥାତ ଡ୍ୟୁଟିଜ୍ ଅଫ୍ ସିଟିଜେନ୍ ବିଷୟରେ କଥା ହେବା । 1947ରେ ୟୁନିସ୍କୋ ମହାନିର୍ଦ୍ଦେଶକ ଡକ୍ଟର ଜୁଲିୟନ୍ ହସ୍କ୍ଲେ ବିଶ୍ୱର 60 ବଡ଼ ମହାନୁଭବଙ୍କୁ, ବଡ଼ ବଡ଼ ବିଶିଷ୍ଟ ବ୍ୟକ୍ତିଙ୍କୁ ଏକ ପତ୍ର ଲେଖିଥିଲେ ଆଉ ତାଙ୍କଠାରୁ ମାର୍ଗଦର୍ଶନ ମାଗିଥିଲେ ଆଉ ସେ ସେହି ପତ୍ରରେ ପଚାରିଥିଲେ କି ବିଶ୍ୱ ମାନବ ଅଧିକାର ସନନ୍ଦ ଏହା ପ୍ରସ୍ତୁତ କରିବାକୁ ଅଛି ତ ତାହାର ଆଧାର କିପରି ହେବ । ଆଉ ଏହି ବିଷୟରେ ସେ ବିଶ୍ୱର ମହାନୁଭବଙ୍କଠାରୁ ନିଜର ରାୟ ମାଗିଥିଲେ, ମହାତ୍ମା ଗାନ୍ଧୀଙ୍କ ଠାରୁ ମଧ୍ୟ ମାଗିଥିଲେ । କିନ୍ତୁ ବିଶ୍ୱର ଯେ କେହି ଯାହା ଅଭିପ୍ରାୟ ଦେଲେ, ମହାତ୍ମା ଗାନ୍ଧୀଙ୍କର ମତ କିଛି ଭିନ୍ନ ଥିଲା । ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ, ସେ ଉତ୍ତର ଦେଇଥିଲେ କି ଆମେ ନିଜ ଜୀବନରେ ଅଧିକାର ସେତେବେଳେ ଅର୍ଜନ କରି ପାରିବା, ଯେତେବେଳେ ନାଗରିକ ଭାବେ ଆମର କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ଭାବେ ତୁଲାଇବା ଅର୍ଥାତ ଗୋଟିଏ ପ୍ରକାରରେ କର୍ତ୍ତବ୍ୟରୁ ହିଁ ଅଧିକାରର ରକ୍ଷା ହୋଇଥାଏ, ଏ ନେଇ ମହାତ୍ମା ଗାନ୍ଧୀ ସେତେବେଳେ ଏହାର ଓକିଲାତି କରିଥିଲେ ଯେତେବେଳେ ଆମେ ଦାୟିତ୍ୱ କଥା କହୁଛେ, କର୍ତ୍ତବ୍ୟର କଥା କହୁଛେ ତ ଏହା ବହୁତ ହିଁ ସାମାନ୍ୟ ଦାୟିତ୍ୱ ହେଉଛି ଯାହାକୁ ତୁଲାଇବା ଦ୍ୱାରା ଗୋଟିଏ ରାଷ୍ଟ୍ର ଭାବେ ଆମର ସଂକଳ୍ପ ସିଦ୍ଧ ହୋଇଥାଏ । ଆଉ ଆମେ ଏଥିପ୍ରତି ମଧ୍ୟ ବହୁତ ସ୍ପଷ୍ଟ ଧ୍ୟାନ ଦେବାକୁ ପଡ଼ିବ କି କର୍ତ୍ତବ୍ୟ ଏବଂ ସେବା କେବେ କେବେ ଆମେ ସେବାକୁ ହିଁ କର୍ତ୍ତବ୍ୟ ବୋଲି ଧରି ନେଇଥାଉ, ସେବାଭାବ ସଂସ୍କାର ପ୍ରତ୍ୟେକ ସମାଜ ପାଇଁ ବହୁତ ଗୁରୁତ୍ୱ ବହନ କରିଥାଏ । କିନ୍ତୁ ସେବାଭାବ ଦ୍ୱାରା ମଧ୍ୟ କର୍ତ୍ତବ୍ୟ ହେଉଛି ଆଉ କିଛି ଭିନ୍ନ । ତାହା ଉପରେ ମଧ୍ୟ କେବେ କେବେ ଆମର ଧ୍ୟାନ ଯାଇ ନଥାଏ । ଆପଣ ରାସ୍ତାରେ ଚାଲୁଛନ୍ତି, କେଉଁଠି କୌଣସି ବ୍ୟକ୍ତିଙ୍କୁ କିଛି ସାହାଯ୍ୟର ଆବଶ୍ୟକତା ଅଛି ଆପଣ କରୁଛନ୍ତି ତ ତାହା ଏକ ପ୍ରକାରରେ ହେଉଛି ସେବାଭାବ । ଏହି ସେବାଭାବ କୌଣସି ମଧ୍ୟ ସମାଜକୁ, ମାନବତାକୁ ବହୁତ ସଶକ୍ତ କରିଥାଏ । କିନ୍ତୁ କର୍ତ୍ତବ୍ୟ ଭାବ ଏହାଠାରୁ ହେଉଛି ଟିକେ ଭିନ୍ନ । ରାସ୍ତାରେ କାହାକୁ ଅସୁବିଧା ହେଲା ଆପଣ ସାହାଯ୍ୟ କଲେ, ଏହା ହେଉଛି ଭଲ କଥା କିନ୍ତୁ ଯଦି ମୁଁ ଟ୍ରାଫିକ ନିୟମକୁ ପାଳନ କରିଛି ଆଉ କେବେ କାହାକୁ ଅସୁବିଧା ନ ହେଉ ଏଭଳି ବ୍ୟବସ୍ଥାର ମୁଁ ଅଂଶ ପାଲଟିଛି ଏହା ହେଉଛି ମୋର କର୍ତ୍ତବ୍ୟ । ଆପଣ ଯାହାକିଛି ମଧ୍ୟ କରୁଛନ୍ତି ତା’ସହିତ ଏକ ପ୍ରଶ୍ନ ଯୋଡ଼ି ଯଦି ଆମେ ଦେଖିବା କି ମୁଁ ଯାହାକିଛି ମଧ୍ୟ କରୁଛି କ’ଣ ତାହାଦ୍ୱାରା ମୋର ଦେଶ ସୁଦୃଢ଼ ହେଉଛି ନା ନାହିଁ । ପରିବାରର ସଦସ୍ୟ ଭାବେ ଆମେ ପ୍ରତ୍ୟେକ ସେହି କଥା କରୁଛେ ଯାହା ଦ୍ୱାରା ଆମ ପରିବାରର ଶକ୍ତି ବଢ଼ୁଛି । ଠିକ୍ ସେହିଭଳି ନାଗରିକ ଭାବେ ଆମେ ତାହା କରିବା ଯାହାଦ୍ୱାରା ଆମ ଦେଶର ଶକ୍ତି ବଢ଼ୁ, ଆମ ରାଷ୍ଟ୍ର ଶକ୍ତିଶାଳୀ ହେଉ ।
ଜଣେ ନାଗରିକ ଯେତେବେଳେ ନିଜ ପିଲାଙ୍କୁ ସ୍କୁଲ ପଠାଇ ଥାଆନ୍ତି ତ ମାଆ-ବାପା ନିଜର କର୍ତ୍ତବ୍ୟ ତୁଲାଇ ଥାଆନ୍ତି କିନ୍ତୁ ସେହି ମାଆବାପା ସଚେତନତାର ସହିତ ନିଜ ପିଲାଙ୍କୁ ମାତୃଭାଷା ଶିଖାଇବାର ଆଗ୍ରହ ଦେଖାଇ ଥାଆନ୍ତି ତ ତାହା ଏକ ନାଗରିକ ଭାବେ କର୍ତ୍ତବ୍ୟ କରିଥାଆନ୍ତି । ଦେଶ ସେବାର କର୍ତ୍ତବ୍ୟ ତୁଲାଇ ଥାଆନ୍ତି । ଆଉ ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଛୋଟ ଛୋଟ କଥା ଅଛି, ଯଦି ବୁନ୍ଦା ବୁନ୍ଦା ପାଣି ସଂଚୟ କରୁଛି ତ ସେ ନିଜ ନାଗରିକ କର୍ତ୍ତବ୍ୟ ମଧ୍ୟ ତୁଲାଉଛି । ଯଦି ଟୀକାକରଣ ହେଉଥିବା ରାସ୍ତା ଦେଇ ଯାଉଥିବା ବେଳେ ଟୀକାକରଣ କାମ କରି ନିଅନ୍ତି, କାହା ଘରକୁ ଯାଇ ମନେ ପକାଇ ଦିଅନ୍ତି ତ ଏହା ମାଧ୍ୟମରେ ନିଜର କର୍ତ୍ତବ୍ୟ ତୁଲାଇ ଥାଆନ୍ତି । ଭୋଟ ଦେବାପାଇଁ ବୁଝାଇବାକୁ ନ ପଡ଼ୁ, ସେ ଆପଣା ଛାଏଁ ଭୋଟ ଦେବାକୁ ଯାଇ ଥାଆନ୍ତି ତ ନିଜ କର୍ତ୍ତବ୍ୟ ତୁଲାଇ ଥାଆନ୍ତି । ସମୟ ଅନୁସାରେ ଟିକସ ଦେବାର ଅଛି, ଦେଇଥାଆନ୍ତି ତ ନିଜ କର୍ତ୍ତବ୍ୟ ତୁଲାଇ ଥାଆନ୍ତି । ଏଭଳି ଅନେକ ଦାୟିତ୍ୱ ଥାଏ ଯାହା ଏକ ନାଗରିକ ଭାବେ ସହଜ ବ୍ୟବସ୍ଥା ଭାବେ ଆମେ ବିକଶିତ କରିବା, ସଂସ୍କାର ଭାବେ ଆମେ ବିକଶିତ କରିବା ତ ଆମେ ଦେଶକୁ ଆଗକୁ ନେଇ ଯିବା ପାଇଁ ବହୁତ ବଡ଼ ସୁବିଧା କରି ଚାଲିବା । ଏହି ପ୍ରଶ୍ନ ଯେ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ, ସେମାନଙ୍କ ଚେତନାରେ ସର୍ବୋପରି ରହିବ ନାହିଁ ଆମର ନାଗରିକର କର୍ତ୍ତବ୍ୟ କେଉଁଠି ନା କେଉଁଠି ଦୁର୍ବଳ ହୋଇ ଚାଲିବ ଆଉ ତାହା କୌଣସି ନା କୌଣସି ରୂପରେ ଅନ୍ୟ କାହାର ଅଧିକାରକୁ କ୍ଷତି ପହଂଚାଇବ । ଆଉ ଏଥିପାଇଁ ଅନ୍ୟମାନଙ୍କର ଅଧିକାରର ଚିନ୍ତା ପାଇଁ ମଧ୍ୟ ନିଜ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେବା ହେଉଛି ଆମ ମାନଙ୍କର ଦାୟିତ୍ୱ । ଆଉ ଜନ ପ୍ରତିନିଧି ଭାବେ ଆମର ଦାୟିତ୍ୱ ଆହୁରି କିଛି ଅଧିକ ହୋଇଥାଏ, ଦୁଇ ଗୁଣ ହୋଇ ଯାଇଥାଏ । ଆମ ସାମ୍ନାରେ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ସହିତ ନିଜକୁ ମଧ୍ୟ ଏକ ଆଦର୍ଶ ଭାବେ ପ୍ରସ୍ତୁତ କରିବାର ଅଛି । ଏହା ଆମର ଦାୟିତ୍ୱ ହୋଇ ଯାଇଥାଏ ଆଉ ଆମେ ସମାଜରେ ସାର୍ଥକ ପରିବର୍ତ୍ତନ ଆଣିବା ପାଇଁ ଆମକୁ ଏହି କର୍ତ୍ତବ୍ୟକୁ ମଧ୍ୟ ପାଳନ କରିବାକୁ ହେବ, ଆମର ପ୍ରୟାସ ଏହା ହେବା ଦରକାର କି ଆମେ ପ୍ରତ୍ୟେକ କାର୍ଯ୍ୟକ୍ରମରେ, ପ୍ରତ୍ୟେକ ଆଲୋଚନା ସମୟରେ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେବା । ଜନତାଙ୍କ ସହିତ ଆଲୋଚନା କରିବା ସମୟରେ କର୍ତ୍ତବ୍ୟ ସମ୍ପର୍କରେ କଥା ହେବାକୁ ଆମେ ଭୁଲିବା ନାହିଁ । ଆମର ସମ୍ବିଧାନ ଆମ ଭାରତୀୟମାନଙ୍କ ଠାରୁ ଆରମ୍ଭ ହୋଇଥାଏ..ଉଇ ଦ ପିପୁଲ ଅଫ୍ ଇଣ୍ଡିଆ.. ଆମେ ଭାରତର ଜନତା ହିଁ ହେଉଛୁ ଏହାର ଶକ୍ତି । ଆମେ ମଧ୍ୟ ହେଉଛୁ ଏହାର ପ୍ରେରଣା ଏବଂ ଆମେ ହିଁ ହେଉଛୁ ଏହାର ଉଦ୍ଦେଶ୍ୟ ।
ମୁଁ ଆଜି ଯାହା କିଛି ହୋଇଛି -ତାହା ସମାଜ ପାଇଁ ହୋଇଛି, ଦେଶ ପାଇଁ ହୋଇଛି, ଏହି କର୍ତ୍ତବ୍ୟ ଭାବ ହେଉଛି ଆମ ପ୍ରେରଣାର ସ୍ରୋତ । ମୁଁ ଆପଣ ସମସ୍ତଙ୍କୁ ଆହ୍ୱାନ କରୁଛି କି ଆମେ ସମସ୍ତେ ଏହି ସଂକଳ୍ପ ଶକ୍ତିର ସହିତ ମିଳିମିଶି ଭାରତ ପାଇଁ ଦାୟିତ୍ୱ ସମ୍ପର୍ଣ୍ଣ ନାଗରିକ ଭାବେ ନିଜ କର୍ତ୍ତବ୍ୟର ପାଳନ କରିବା । ଆସନ୍ତୁ ନିଜ ଗଣତନ୍ତ୍ରକୁ ଆମେ କର୍ତ୍ତବ୍ୟ ସହିତ ଓତଃପ୍ରୋତ ଭାବେ ନୂତନ ସଂସ୍କୃତି ଆଡ଼କୁ ନେଇଯିବା । ଆସନ୍ତୁ ଆମେ ସମସ୍ତେ ଦେଶର ନବ ନାଗରିକ ହେବା, ଭଲ ନାଗରିକ ହେବା । ମୁଁ କାମନା କରୁଛି କି ଏହି ସମ୍ବିଧାନ ଦିବସ ଆମର ସମ୍ବିଧାନର ଆଦର୍ଶକୁ ଉଜ୍ଜିବିତ କରି ରଖୁ ଆଉ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବାର ଆମର ପ୍ରତିବଦ୍ଧତାକୁ ଶକ୍ତି ଦେଉ । ଆମର ସମ୍ବିଧାନ ନିର୍ମାତା ମାନେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାକୁ ପୂରଣ କରିବା ପାଇଁ ଆମକୁ ଶକ୍ତି ଦେଉ । ଆଉ ଏହି ପବିତ୍ର ମାଟି ହେଉଛି ଯେଉଁଠାରେ ଏହି ମନ୍ଥନ ହୋଇଥିଲା, ଏଠାରେ ତାହାର ସ୍ୱର ଗୁଞ୍ଜରିତ ହେଉଛି । ଏହି ଗୁଞ୍ଜରଣ ଅବଶ୍ୟ ଆମକୁ ଆଶୀର୍ବାଦ ଦେବ, ଏହି ଗୁଞ୍ଜରଣ ଆମକୁ ଅବଶ୍ୟ ପ୍ରେରଣା ଦେବ, ଏହି ଗୁଞ୍ଜରଣ ଆମକୁ ଅବଶ୍ୟ ଶକ୍ତି ଦେବ, ଏହି ଗୁଞ୍ଜରଣ ଆମକୁ ଅବଶ୍ୟ ମାର୍ଗ ପ୍ରଦର୍ଶନ କରିବ । ଏହି ଗୋଟିଏ ଭାବନା ସହିତ ମୁଁ ପୁଣିଥରେ ଆଜି ସମ୍ବିଧାନ ଦିବସର ପବିତ୍ର ଅବସରରେ ପୂଜ୍ୟ ବାବାସାହେବ ଆମ୍ବେଦକରଙ୍କୁ ପ୍ରଣାମ କରୁଛି, ସମ୍ବିଧାନ ନିର୍ମାତାମାନଙ୍କୁ ପ୍ରଣାମ କରୁଛି ଆଉ ଦେଶବାସୀଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।
ଧନ୍ୟବାଦ ।

Thursday, September 5, 2019

ରାଷ୍ଟ୍ର ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ମୋର ପ୍ରିୟ ଦେଶବାସୀ,
ଏକ ରାଷ୍ଟ୍ର ଭାବେ, ଏକ ପରିବାର ଭାବେ, ଆପଣମାନେ ଆମେ ସାରା ଦେଶ, ଏକ ଐତିହାସିକ ନିଷ୍ପତ୍ତି ନେଇଛି । ଏପରି ଏକ ବ୍ୟବସ୍ଥା, ଯାହାର କାରଣରୁ ଜାମ୍ମୁ-କାଶ୍ମୀର ଓ ଲଦାଖର ଆମ ଭାଇ-ଭଉଣୀମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିଲେ, ଯାହା ସେମାନଙ୍କ ବିକାଶରେ ବଡ଼ ବାଧକ ଥିଲାତାହା ଏବେ ଦୂର ହୋଇଛି ।  ଯେଉଁ ସ୍ୱପ୍ନ ସର୍ଦ୍ଦାର ପଟେଲଙ୍କର ଥିଲା, ବାବା ସାହେବ ଆମ୍ବେଦକରଙ୍କର ଥିଲା, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଥିଲା, ଅଟଳ ଜୀ ଏବଂ କୋଟି କୋଟି ଦେଶଭକ୍ତଙ୍କର ଥିଲା ତାହା ଏବେ ପୂରଣ ହୋଇଛି । ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଏବେ ଦେଶର ସମସ୍ତ ନାଗରିକମାନଙ୍କ ଅଧିକାର ମଧ୍ୟ ସମାନ, ଦାୟିତ୍ୱ ମଧ୍ୟ ସମାନ । ମୁଁ ଜାମ୍ମୁ-କାଶ୍ମୀରର ଲୋକମାନଙ୍କୁ ଲଦାଖ ଲୋକମାନଙ୍କୁ ଏବଂ ପ୍ରତ୍ୟେକ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।
ସାଥୀଗଣ,
ସାମାଜିକ ଜୀବନରେ କିଛି କଥା, ସମୟ ସହିତ ଏତେ ମିଶିଯାଇଥାଏ ଯେ ଅନେକ ସମୟରେ ସେଗୁଡ଼ିକୁ ସ୍ଥାୟୀ ମାନ୍ୟତା ମିଳିଯାଏ । ଏହି ଭାବନା ଆସିଯାଏ ଯେ, କିଛି ବଦଳିବ ନାହିଁ, ଏମିତି ଚାଲିଥିବ, ଅନୁଚ୍ଛେଦ 370କୁ ନେଇ ମଧ୍ୟ ଏମିତି ଭାବନା ଥିଲା  ଏଥିଯୋଗୁ ଜାମ୍ମୁ-କାଶ୍ମୀର ଓ ଲଦାଖର ମୋର ଭାଇ-ଭଉଣୀମାନେ, ଆମ ପିଲାମାନଙ୍କୁ ଯେଉଁ କ୍ଷତି ହେଉଥିଲାତାର ଚର୍ଚ୍ଚା ମଧ୍ୟ ହେଉନଥିଲା  ଆଶ୍ଚର୍ଯ୍ୟର କଥା ଯେ ଆପଣ କାହା ସହିତ ମଧ୍ୟ କଥା ହୁଅନ୍ତୁ, ’ କେହି ଏକଥା ମଧ୍ୟ କହିପାରୁନଥିଲେ ଯେ ଅନୁଚ୍ଛେଦ 370ରୁ ଜାମ୍ମୁ-କାଶ୍ମୀର ଲୋକମାନଙ୍କ ଜୀବନରେ କି ଲାଭ ହେଉଥିଲା ।
ଭାଇ ଓ ଭଉଣୀମାନେ,
ଅନୁଚ୍ଛେଦ 370 ଏବଂ 35-ଏ  ଜାମ୍ମୁ-କାଶ୍ମୀରକୁ  ବିଚ୍ଛିନ୍ନତାବାଦ- ଆତଙ୍କବାଦ- ପରିବାରବାଦ ଏବଂ ବ୍ୟବସ୍ଥାରେ ବ୍ୟାପକ ପରିମାଣରେ ବ୍ୟାପିଥିବା ଭ୍ରଷ୍ଟାଚାର ବ୍ୟତୀତ କିଛି ଦେଇନାହିଁ । ଏହି ଦୁଇଟି ଅନୁଚ୍ଛେଦକୁ ଦେଶ ବିରୋଧରେକିଛି ଲୋକଙ୍କ ଭାବନକୁ ଉତ୍ତେଜିତ କରିବା ଲାଗି ପାକିସ୍ତାନ ପକ୍ଷରୁ ଏକ ଅସ୍ତ୍ର ଭାବେ ଉପଯୋଗ କରାଯାଉଥିଲା । ଏହି କାରଣରୁ ଗତ ତିନି ଦଶନ୍ଧି ମଧ୍ୟରେ ପାଖାପାଖି 42 ହଜାର ନିର୍ଦ୍ଦୋଷ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଛି, ଜାମ୍ମୁ-କାଶ୍ମୀର ଏବଂ ଲଦାଖର ବିକାଶ ସେହି ଗତିରେ ହୋଇପାରିନାହିଁ,
ଯାହାର ସେମାନେ ଅଧିକାରୀ ଥିଲେ । ଏବେ ବ୍ୟବସ୍ଥାର ଏହି ଅଭାବ ଦୂର ହେବା ଫଳରେ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକମାନଙ୍କ ବର୍ତ୍ତମାନ ସୁଧୁରିଯିବା ସହିତ, ସେମାନଙ୍କ ଭବିଷ୍ୟତ ମଧ୍ୟ ସୁରକ୍ଷିତ ହେବ ।
ସାଥୀଗଣ,
ଆମ ଦେଶରେ ଯେ କୌଣସି ସରକାର ଥାଉ, ସେମାନେ ସଂସଦରେ ଆଇନ ତିଆରି କରି, ଦେଶର କଲ୍ୟାଣ ଲାଗି କାମ କରିଥାନ୍ତି । ଯେକୌଣସି ଦଳର ସରକାର ଥାଉ, ଯେକୌଣସି ମେଂଟ ସରକାର ଥାଉ, ଏହି କାର୍ଯ୍ୟ ନିରନ୍ତର ଚାଲିଥାଏ । ଆଇନ ତିଆରି କରିବାରେ ଯଥେଷ୍ଟ ବିତର୍କ ହୋଇଥାଏ, ବିଚାର-ଚିନ୍ତନ ହୋଇଥାଏ, ଏହାର ଆବଶ୍ୟକତା, ଏହାର ପ୍ରଭାବକୁ ନେଇ ଗମ୍ଭୀର ପକ୍ଷ ରଖାଯାଇଥାଏ । ଏହି ପ୍ରକ୍ରିୟା ଦେଇ ଗତି କରି ଯେଉଁ ଆଇନ ତିଆରି ହୁଏ, ତାହା ସାରା ଦେଶର ଲୋକମାନଙ୍କ କଲ୍ୟାଣ କରିଥାଏ ।
କିନ୍ତୁ କେହି କଳ୍ପନା କରିପାରିବେ ନାହିଁ ଯେ ସଂସଦ ଏତେ ଅଧିକ ସଂଖ୍ୟାରେ ଆଇନ ତିଆରି କରିଛି କିନ୍ତୁ ଏହା ଦେଶର ଗୋଟିଏ ଭାଗରେ ଲାଗୁ ମଧ୍ୟ ହେଉ ନାହିଁ । ଏପରିକି, ପୂର୍ବରୁ ଥିବା ସରକାର, ଆଇନ ତିଆରି କରି ପ୍ରଶଂସା ସାଉଁଟିଛି, କିନ୍ତୁ ସେମାନେ ମଧ୍ୟ ଏହି ଦାବି କରିପାରିନାହାନ୍ତି ଯେ ସେମାନଙ୍କ ଦ୍ୱାରା ତିଆରି ହୋଇଥିବା ଆଇନ ଜାମ୍ମୁ-କାଶ୍ମୀରରେ ମଧ୍ୟ ଲାଗୁ ହୋଇଛି । ଯେଉଁ ଆଇନ ଦେଶର ସମସ୍ତ ନାଗରିକଙ୍କ ପାଇଁ ତିଆରି ହୋଇଥାଏ, ତାର ଲାଭରୁ ଜାମ୍ମୁ-କାଶ୍ମୀରର ଦେଢ଼ କୋଟିରୁ ଅଧିକ ଲୋକ ବଞ୍ଚିତ ରହିଥାନ୍ତି । ଚିନ୍ତା କରନ୍ତୁ,
ଦେଶର ଅନ୍ୟ ରାଜ୍ୟରେ ପିଲାମାନଙ୍କର ଶିକ୍ଷା ଅଧିକାର ରହିଛି, କିନ୍ତୁ ଜାମ୍ମୁ-କାଶ୍ମୀର ପିଲା ଏଥିରୁ ବଞ୍ଚିତ ଥିଲେ । ଦେଶର ଅନ୍ୟ ରାଜ୍ୟର ଝିଅମାନଙ୍କୁ ଯେଉଁ ଅଧିକାର ମିଳୁଛି, ସେସବୁ ଅଧିକାର ଜାମ୍ମୁ-କାଶ୍ମୀର ଝିଅମାନଙ୍କୁ ମିଳୁନଥିଲା । ଦେଶର ଅନ୍ୟ ରାଜ୍ୟରେ ସଫେଇ କର୍ମଚାରୀଙ୍କ ଲାଗି ସଫେଇ କର୍ମଚାରୀ ଆଇନ ଲାଗୁ ହୋଇଛି, କିନ୍ତୁ ଜାମ୍ମୁ-କାଶ୍ମୀରର ସଫେଇ କର୍ମଚାରୀ ଏଥିରୁ ବଞ୍ଚିତ ଥିଲେ । ଦେଶର ଅନ୍ୟ ରାଜ୍ୟରେ ଦଳିତଙ୍କ ଉପରେ ଅତ୍ୟାଚାର ରୋକିବା ଲାଗି କଠୋର ଆଇନ ଲାଗୁ ହୋଇଛି, କିନ୍ତୁ ଜାମ୍ମୁ-କାଶ୍ମୀରରେ ଏହା ନଥିଲା । ଦେଶର ଅନ୍ୟ ରାଜ୍ୟରେ ସଂଖ୍ୟାଲଘୁଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ମାଇନୋରିଟି ଆଇନ ଲାଗୁ ହୋଇଛିକିନ୍ତୁ ଜାମ୍ମୁ-କାଶ୍ମୀରରେ ଏହା ନଥିଲା । ଦେଶର ଅନ୍ୟ ରାଜ୍ୟରେ ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ସର୍ବନିମ୍ନ ମଜୁରି ଆଇନ ଲାଗୁ ହୋଇଛି କିନ୍ତୁ ଜାମ୍ମୁ-କାଶ୍ମୀରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ଏହା କେବଳ କାଗଜ କଲମରେ ହିଁ ମିଳୁଥିଲା । ଦେଶର ଅନ୍ୟ ରାଜ୍ୟରେ ନିର୍ବାଚନ ଲଢ଼ିବା ସମୟରେ ଅନୁସୂଚିତ ଜନଜାତିର ଭାଇ-ଭଉଣୀମାନଙ୍କୁ ସଂରକ୍ଷଣର ଲାଭ ମିଳୁଥିଲା, କିନ୍ତୁ ଜାମ୍ମୁ-କାଶ୍ମୀରରେ ଏହା ନଥିଲା ।
ସାଥୀଗଣ,
ଏବେ ଅନୁଚ୍ଛେଦ 370 ଏବଂ 35-ଏଇତିହାସ ପାଲଟିଯିବା ପରେଏହାର ନକାରାତ୍ମକ ପ୍ରଭାବରୁ ମଧ୍ୟ ଜାମ୍ମୁ-କାଶ୍ମୀର ଶୀଘ୍ର ବାହାରିଯିବମୋର ଏହି ବିଶ୍ୱାସ ଅଛି ।
ଭାଇ ଓ ଭଉଣୀମାନେ,
ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କର ଏହା ପ୍ରାଥମିକତା ରହିବ ଯେ ରାଜ୍ୟର କର୍ମଚାରୀମାନଙ୍କୁଜାମ୍ମୁ-କାଶ୍ମୀର ପୋଲିସକୁଅନ୍ୟ କେନ୍ଦ୍ର ଶାସିତ ପ୍ରଦେଶର କର୍ମଚାରୀ ଏବଂ ସେଠାକାର ପୋଲିସଙ୍କ ଭଳି ସମାନ ସୁବିଧା ମିଳିବ । ଏବେ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେଅନେକ ଏପରି ଆର୍ଥିକ ସୁବିଧା ଯେପରିକି ଏଲଟିସିଘର ଭଡ଼ା ଭତା ପିଲାମାନଙ୍କ ଶିକ୍ଷା ଲାଗି ଶିକ୍ଷା ଭତାସ୍ୱାସ୍ଥ୍ୟ ସୁବିଧାଭଳି ଅନେକ ସୁବିଧା ଦିଆଯାଉଛି, ଏଥିମଧ୍ୟରୁ ଅଧିକାଂଶ ଜାମ୍ମୁ-କାଶ୍ମୀରର କର୍ମଚାରୀମାନଙ୍କୁ ମିଳିନଥାଏ । ଏପରି ସୁବିଧାର ସମୀକ୍ଷା କରାଯାଇଶୀଘ୍ର ହିଁ ଜାମ୍ମୁ-କାଶ୍ମୀରର କର୍ମଚାରୀ ଏବଂ ସେଠାକାର ପୋଲିସକୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ ।
ସାଥୀଗଣ, ଖୁବଶୀଘ୍ର ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଖାଲିଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ପଦବୀ ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିରୁ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ଉପଲବ୍ଧ ହେବ । ଏଥିସହିତ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରର ବଡ଼ କମ୍ପାନୀଗୁଡ଼ିକୁ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବା ଲାଗି, ପ୍ରୋତ୍ସାହିତ କରାଯିବ । ଏହାବ୍ୟତୀତ, ସେନା  ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ, ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେବା ଲାଗି ର‌୍ୟାଲିମାନ ଆୟୋଜନ କରାଯିବ । ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ବୃତ୍ତି ଯୋଜନାର ମଧ୍ୟ ସମ୍ପ୍ରସାରଣ କରାଯିବ । ଫଳରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ମିଳିପାରିବ । ଜାମ୍ମୁ-କାଶ୍ମୀରରେ ରାଜସ୍ୱ ନିଅଣ୍ଟ ମଧ୍ୟ ବହୁତ ଅଧିକ ରହିଛି । କେନ୍ଦ୍ର ସରକାର ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ଏହାର ପ୍ରଭାବ ଯେମିତି କମ ହେବ ।

ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାର ଅନୁଚ୍ଛେଦ 370 ଉଚ୍ଛେଦ କରିବା ସହିତଏବେ କିଛି ଦିନ ପାଇଁ ଜାମ୍ମୁ-କାଶ୍ମୀରକୁ ସିଧାସଳଖ କେନ୍ଦ୍ର ସରକାରଙ୍କ ଶାସନରେ ରଖିବା ଲାଗି ନିଷ୍ପତ୍ତି ଅତ୍ୟନ୍ତ ଭାବିଚିନ୍ତି ନିଆଯାଇଛି । ଏହା ପଛରେ ଥିବା କାରଣ ବୁଝିବା ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯେଉଁଦିନ ଠାରୁ ସେଠାରେ ରାଜ୍ୟପାଳ ଶାସନ ଲାଗୁ ହୋଇଛିଜାମ୍ମୁ-କାଶ୍ମୀରର ପ୍ରଶାସନସିଧାସଳଖ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛି । ଏହି କାରଣରୁ ଗତ କିଛିମାସରେ ସେଠାରେ ଉତ୍ତମ ପ୍ରଶାସନ ଏବଂ ବିକାଶର ଅଧିକ ଉନ୍ନତ ପ୍ରଭାବ ତୃଣମୂଳସ୍ତରରେ ଦେଖିବାକୁ ମିଳୁଛି । ଯେଉଁ ଯୋଜନା ପୂର୍ବରୁ କେବଳ କାଗଜକଲମରେ ସୀମିତ ରହିଥିଲା, ସେଗୁଡ଼ିକ ଏବେ ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଛି । ଦଶନ୍ଧି ଦଶନ୍ଧି ଧରି ଅଟକି ରହିଥିବା ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି । ଆମେ ଜାମ୍ମୁ-କାଶ୍ମୀର ପ୍ରଶାସନରେ ଏକ ନୂଆ କାର୍ଯ୍ୟ ସଂସ୍କୃତି ଆଣିବା ପାରଦର୍ଶିତା ଆଣିବା ଲାଗି ପ୍ରୟାସ କରିଛୁ । ଯାହାର ଫଳସ୍ୱରୂପ ଆଇଆଇଟିଆଇଆଇଏମଏମ୍ସ ହେଉବ୍ୟାପକ ଜଳସେଚନ ପ୍ରକଳ୍ପ ହେଉ, ଶକ୍ତି ପ୍ରକଳ୍ପ ହେଉ କିମ୍ବା ପୁଣି ଦୁର୍ନୀତି ନିବାରଣ ବ୍ୟୁରୋ, ଏସବୁର କାମ ଦ୍ରୁତଗତିରେ ହେଉଛି । ଏହା ବ୍ୟତୀତ ସେଠାରେ ଯୋଗାଯୋଗ ସହ ଜଡ଼ିତ ପ୍ରକଳ୍ପ ହେଉ, ସଡ଼କ ଏବଂ ନୂଆ ରେଳ ଲାଇନର କାମ ହେଉ,
ବିମାନବନ୍ଦର ଆଧୁନିକୀକରଣ ହେଉ, ସବୁ କାମକୁ ଦ୍ରୁତ ଗତିରେ ଆଗକୁ ନିଆଯାଉଛି ।
ସାଥୀଗଣ, ଆମ ଦେଶର ଗଣତନ୍ତ୍ର ଖୁବ ସୁଦୃଢ଼ । କିନ୍ତୁ ଆପଣମାନେ ଏହା ଜାଣି ଚକିତ ହେବେ ଯେ ଜାମ୍ମୁ-କାଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି, ହଜାର ହଜାର ସଂଖ୍ୟାରେ ଏପରି ଭାଇ-ଭଉଣୀ ରହୁଛନ୍ତି, ଯେଉଁମାନଙ୍କ ନିକଟରେ ଲୋକସଭା ନିର୍ବାଚନରେ ଭୋଟ ଦେବାର ଅଧିକାର ତ’ ଥିଲାକିନ୍ତୁ ସେମାନେ ବିଧାନସଭା ଏବଂ ସ୍ଥାନୀୟ ପଂଚାୟତ ନିର୍ବାଚନରେ ମତଦାନ କରିପାରୁନଥିଲେ । ଏହି ଲୋକମାନେ 1947ରେ ଦେଶ ବିଭାଜନ ପରେ ପାକିସ୍ତାନରୁ ଭାରତ ଚାଲିଆସିଥିଲେ । କଣ ଏ ଲୋକମାନଙ୍କ ସହିତ ଏପରି ଅନ୍ୟାୟ ହେଉନଥିଲା?
ସାଥୀଗଣ, ଜାମ୍ମୁ-କାଶ୍ମୀରର ଆମ ଭାଇ-ଭଉଣୀଙ୍କୁ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆହୁରି ସ୍ପଷ୍ଟ କରିବାକୁ ଚାହୁଁଛି । ଆପଣମାନଙ୍କ ଜନପ୍ରତିନିଧି ଆପଣମାନଙ୍କ ଦ୍ୱାରା ହିଁ ନିର୍ବାଚିତ ହେବେଆପଣମାନଙ୍କ ମଧ୍ୟରୁ ହିଁ ଆସିବେ  ଯେମିତି ପୂର୍ବରୁ ବିଧାୟକ ଆସୁଥିଲେସେମିତି ହିଁ ଆଗକୁ ବିଧାୟକ ନିର୍ବାଚିତ ହେବେ । ଯେମିତି ପୂର୍ବରୁ ମନ୍ତ୍ରିପରିଷଦ ଥିଲାସେମିତି ମନ୍ତ୍ରିପରିଷଦ ଆଗକୁ ମଧ୍ୟ ହେବ । ଯେପରି ପୂର୍ବରୁ ଆପଣଙ୍କର ମୁଖ୍ୟମନ୍ତ୍ରୀ ଥିଲେସେମିତି ଆଗକୁ ମଧ୍ୟ ଆପଣଙ୍କ ମୁଖ୍ୟମନ୍ତ୍ରୀ ହେବେ ।
ସାଥୀଗଣ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଏହି ନୂଆ ବ୍ୟବସ୍ଥା ଅନ୍ତର୍ଗତ ଆମେ ସମସ୍ତେ ମିଶି  ଆତଙ୍କବାଦ-ବିଚ୍ଛିନ୍ନତାବାଦରୁ ଜାମ୍ମୁ-କାଶ୍ମୀରକୁ ମୁକ୍ତ କରିବା । ଯେତେବେଳେ ପୃଥବୀର ସ୍ୱର୍ଗଆମର ଜାମ୍ମୁ-କାଶ୍ମୀର ପୁଣିଥରେ ବିକାଶର ନୂତନ ଉଚ୍ଚତା ପାର କରି ସାରା ବିଶ୍ୱକୁ ଆକର୍ଷିତ କରିବାକୁ ଆରମ୍ଭ କରିବନାଗରିକମାନଙ୍କ ଜୀବନଧାରଣ ସହଜ ହେବନାଗରିକମାନଙ୍କୁ ଯେଉଁ ଅଧିକାର ମିଳିବାର କଥାତାହା ବିନା ବାଧକରେ ମିଳିବଶାସନ-ପ୍ରଶାସନର ସମସ୍ତ ବ୍ୟବସ୍ଥା ଜନହିତ କାର୍ଯ୍ୟକୁ ଦ୍ରୁତଗତିରେ ଆଗକୁ ବଢ଼ାଇବତେଣୁ ମୁଁ ଏହାକୁ ଗ୍ରହଣ କରୁନାହିଁ ଯେ କେନ୍ଦ୍ର ଶାସିତ ପ୍ରଦେଶ ବ୍ୟବସ୍ଥା ଜାମ୍ମୁ-କାଶ୍ମୀରରେ ସବୁଦିନ ପାଇଁ ଚାଲିବ ।
ଭାଇ ଓ ଭଉଣୀମାନେ, ଆମ ସମସ୍ତେ ଚାହୁଁ ଯେ ଆଗାମୀ ଦିନରେ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ହେଉ, ନୂଆ ସରକାର ଗଠନ ହେଉମୁଖ୍ୟମନ୍ତ୍ରୀ ହୁଅନ୍ତୁ, ମୁଁ ଜାମ୍ମୁ-କାଶ୍ମୀର ଲୋକମାନଙ୍କୁ ଭରସା ଦେଉଛି ଯେ ଆପଣମାନଙ୍କୁ ଅତି ସଚ୍ଚୋଟତାର ସହିତସମ୍ପୂର୍ଣ୍ଣ ପାରଦର୍ଶୀ ବାତାବରଣରେ ନିଜର ପ୍ରତିନିଧି ଚୟନ କରିବାର ସୁଯୋଗ ମିଳିବ । ଯେମିତି ବିଗତ ଦିନରେ ପଂଚାୟତ ନିର୍ବାଚନ ପାରଦର୍ଶିତାର ସହିତ ସମ୍ପନ୍ନ କରାଯାଇଛିସେମିତି ଜାମ୍ମୁ-କାଶ୍ମୀର ବିଧାନସଭାର ମଧ୍ୟ ନିର୍ବାଚନ ହେବ । ମୁଁ ରାଜ୍ୟର ରାଜ୍ୟପାଳଙ୍କୁ ଏହି ଅନୁରୋଧ ମଧ୍ୟ କରିବ ଯେ ବ୍ଲକ ଡେଭଲପମେଂଟ କାଉନସିଲ ଗଠନଯାହା ଗତ ଦୁଇ ତିନି ଦଶକ ଧରି ପଡ଼ି ରହିଥିଲାତାକୁ ସମ୍ପୂର୍ଣ୍ଣ କରିବାର କାମ ମଧ୍ୟ ଯଥାଶୀଘ୍ର କରାଯାଉ ।
ସାଥୀଗଣଏହା ମୋର ନିଜର ଅନୁଭବ ଯେ ଚାରି ପାଞ୍ଚ ମାସ ପୂର୍ବରୁ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ପଂଚାୟତ ନିର୍ବାଚନରେ ଯେଉଁ ଲୋକମାନେ ନିର୍ବାଚିତ ହୋଇ ଆସିଲେସେମାନେ ଅତି ଭଲ କାମ କରୁଛନ୍ତି । କିଛିମାସ ପୂର୍ବରୁ ଯେତେବେଳେ ମୁଁ ଶ୍ରୀନଗର ଯାଇଥିଲି’ ସେଠାରେ ମୋର ସେମାନଙ୍କ ସହିତ ଦୀର୍ଘ ଆଲୋଚନା ମଧ୍ୟ ହୋଇଥିଲା । ଯେତେବେଳେ ସେମାନେ ଏଠାକୁ ଦିଲ୍ଲୀ ଆସିଥିଲେସେତେବେଳେ ମଧ୍ୟ ମୋ ବାସଭବନରେମୁଁ ସେମାନଙ୍କ ସହିତ ବହୁ ସମୟ ଧରି ଆଲୋଚନା କରିଥିଲି । ପଂଚାୟତର ଏହି ସାଥୀମାନଙ୍କ କାରଣରୁ ଜାମ୍ମୁ-କାଶ୍ମୀରରେ ବିଗତ ଦିନଗୁଡ଼ିକରେ ଗ୍ରାମୀଣ ସ୍ତରରେ ଅତ୍ୟନ୍ତ ଦ୍ରୁତଗତିରେ କାମ ହୋଇଛି । ପ୍ରତ୍ୟେକ ଘରେ ବିଦ୍ୟୁତ ପହଁଚାଇବାର କାମ ହେଉ କିମ୍ବା ରାଜ୍ୟକୁ ଖୋଲା ମଳମୁକ୍ତ ଘୋଷଣା ହେଉଏଥିରେ ପଂଚାୟତର ପ୍ରତିନିଧିମାନଙ୍କ ବହୁତ ବଡ଼ ଭୂମିକା ରହିଥିଲା । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଏବେ ଅନୁଚ୍ଛେଦ 370 ଉଚ୍ଛେଦ ହେବା ପରେ, ଯେତେବେଳେ ଏହି ପଞ୍ଚାୟତ ସଦସ୍ୟମାନଙ୍କୁ ନୂତନ ବ୍ୟବସ୍ଥାରେ କାମ କରିବାର ସୁଯୋଗ ମିଳିବ ତ’ ସେମାନେ ଚମକ୍ରାର କରିପାରିବେ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଜାମ୍ମୁ-କାଶ୍ମୀରର ଜନସାଧାରଣ ବିଚ୍ଛିନ୍ନତାବାଦକୁ ପରାସ୍ତ କରି ନୂତନ ଆଶା ନେଇ ଆଗକୁ ବଢ଼ିବେ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଜାମ୍ମୁ-କାଶ୍ମୀରର ଜନସାଧାରଣଉତମ ପ୍ରଶାସନ ଏବଂ ପାରଦର୍ଶୀ ବାତାବରଣରେ ନୂତନ ଉତ୍ସାହ ସହିତ ନିଜ ଲକ୍ଷ୍ୟ ହାସଲ କରିବେ ।
ସାଥୀଗଣ, ଦଶନ୍ଧି ଦଶନ୍ଧି ଧରି ପରିବାରବାଦ ଜାମ୍ମୁ-କାଶ୍ମୀରର ମୋର ପ୍ରିୟ ଯୁବକମାନଙ୍କୁ ନେତୃତ୍ୱ ନେବାର ସୁଯୋଗ ଦେଇନାହିଁ । ଏବେ ମୋର ଯୁବକମାନେଜାମ୍ମୁ-କାଶ୍ମୀରର ବିକାଶର ନେତୃତ୍ୱ ନେବେ ଏବଂ ଏହାକୁ ନୂତନ ଉଚ୍ଚତାକୁ ନେଇଯିବେ । ମୁଁ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ନବଯୁବକମାନଙ୍କୁ ସେଠାକାର ଭାଇ-ଭଉଣୀମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ଅନୁରୋଧ କରିବି ଯେ ନିଜ ନିଜ କ୍ଷେତ୍ରର ବିକାଶର ଦାୟିତ୍ୱ ନିଜ କାନ୍ଧରେ ଉଠାନ୍ତୁ ।
ସାଥୀଗଣ, ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ବିଶ୍ୱର ସବୁଠୁ ବଡ଼ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ହେବାର କ୍ଷମତା ରହିଛି ।
ଏଥିପାଇଁ ଯେଉଁ ବାତାବରଣ ଆବଶ୍ୟକଶାସନ ପ୍ରଶାସନରେ ଯେଉଁ ପରିବର୍ତ୍ତନ ଆବଶ୍ୟକତାହା କରାଯାଉଛି କିନ୍ତୁ ଏଥିରେ ମୁଁ ପ୍ରତ୍ୟେକ ଦେଶବାସୀଙ୍କ ସାହାଯ୍ୟ ଚାହୁଁଛି । ଏମିତି ଏକ ସମୟ ଥିଲାଯେତେବେଳେ ବଲିଉଡର ଚଳଚ୍ଚିତ୍ରର ସୁଟିଂ ଲାଗି କାଶ୍ମୀର ସବୁଠୁ ପସନ୍ଦଯୋଗ୍ୟ ସ୍ଥାନ ଥିଲା । ସେ ସମୟରେ ଅଧିକାଂଶ ଚଳଚ୍ଚିତ୍ର କାଶ୍ମୀରରେ ହିଁ ସୁଟିଂ ହେଉଥିଲା । ଏବେ ଜାମ୍ମୁ-କାଶ୍ମୀରରେ ପରିସ୍ଥିତି ସାମାନ୍ୟ ହେଲେକେବଳ ଦେଶ ନୁହେଁସାରା ବିଶ୍ୱରୁ ଲୋକମାନେ ଏଠାକୁ ଚଳଚ୍ଚିତ୍ର ସୁଟିଂ ପାଇଁ ଆସିବେ । ପ୍ରତ୍ୟେକ ଚଳଚ୍ଚିତ୍ର ନିଜ ସହିତ କାଶ୍ମୀରର ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗର ଅନେକ ଅବସର ନେଇ ଆସିବେ । ମୁଁ ହିନ୍ଦୀ ଚଳଚ୍ଚିତ୍ର ଜଗତତେଲଗୁ ଏବଂ ତାମିଲ ଚଳଚ୍ଚିତ୍ର ଜଗତ ଏବଂ ଏହା ସହ ଜଡ଼ିତ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ନିବେଶ ବିଷୟରେଚଳଚ୍ଚିତ୍ର ସୁଟିଂ ଠାରୁ ଆରମ୍ଭ କରି ଥିଏଟର ଏବଂ ଅନ୍ୟ ସାଧନ ପ୍ରତିଷ୍ଠା କରିବା ବିଷୟରେ ନିଶ୍ଚିତ ଭାବେ ଚିନ୍ତା କରନ୍ତୁ । ଯେଉଁମାନେ ପ୍ରଯୁକ୍ତିର ଦୁନିଆ ସହ ଜଡ଼ିତସେମାନେ ପ୍ରଶାସନରେ ଥାଆନ୍ତୁକିମ୍ବା ଘରୋଇ କ୍ଷେତ୍ରରେ, ସେମାନଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି ଯେ ନିଜର ନୀତିରେନିଜର ନିଷ୍ପତ୍ତିରେ ଏହିକଥା ପ୍ରତି ପ୍ରାଥମିକତା ଦିଅନ୍ତୁ ଯେ ଜାମ୍ମୁ-କାଶ୍ମୀରରେ କିପରି ପ୍ରଯୁକ୍ତିର ଆହୁରି ଅଧିକ ସମ୍ପ୍ରସାରଣ କରାଯିବ । ଯେତେବେଳେ ସେଠାରେ ଡିଜିଟାଲ ଯୋଗାଯୋଗକୁ ବଳ ମିଳିବଯେତେବେଳେ ସେଠାରେ ବିପିଓ କେନ୍ଦ୍ରଜନସେବା କେନ୍ଦ୍ର ବୃଦ୍ଧି ପାଇବଯେତେ ଅଧିକ ପ୍ରଯୁକ୍ତିର ବିସ୍ତାର ହେବସେତେ ଅଧିକ ଜାମ୍ମୁ-କାଶ୍ମୀରର ଆମର ପ୍ରିୟ ଭାଇ-ଭଉଣୀମାନଙ୍କ ଜୀବନ ସହଜ ହେବ, ସେମାନଙ୍କ ଜୀବିକାର୍ଜନ ଓ ପେଟପାଟଣା ପାଇଁ ଅଧିକ ସୁଯୋଗ ବଢ଼ିବ ।
ସାଥୀଗଣ, ସରକାର ଯେଉଁ ନିଷ୍ପତି ନେଇଛନ୍ତିତାହା ଜାମ୍ମୁ-କାଶ୍ମୀର ଏବଂ ଲଦାଖର ସେହି ନବଯୁବକମାନଙ୍କୁ ମଧ୍ୟ ସହାୟତା କରିବଯେଉଁମାନେ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ଚାହୁଁଛନ୍ତି । ନୂଆ କ୍ରୀଡ଼ା ପ୍ରଶିକ୍ଷଣନୂଆ କ୍ରୀଡ଼ା ଷ୍ଟାଡିୟମବୈଜ୍ଞାନିକ ପରିବେଶରେ ତାଲିମସେମାନଙ୍କୁ ବିଶ୍ୱରେ ନିଜ ପ୍ରତିଭା ପ୍ରଦର୍ଶନ କରିବାରେ ସହାୟତା ମିଳିପାରିବ ।
ସାଥୀଗଣ, ଜାମ୍ମୁ-କାଶ୍ମୀର କେଶରର ରଙ୍ଗ ହେଉ କିମ୍ବା କହୱାର ସ୍ୱାଦସେଓର ମିଠାପଣ ହେଉ କିମ୍ବା ଖୁବାନୀର ରସାଳପଣ, କାଶ୍ମୀରୀ ଶାଲ ହେଉ କିମ୍ବା ପୁଣି କଳାକୃତିଲଦାଖର ଜୈବିକ ଉତ୍ପାଦ ହେଉ କିମ୍ବା ପୁଣି ଔଷଧୀୟ ବୃକ୍ଷ ଏହାର ପ୍ରସାର ସାରା ବିଶ୍ୱରେ କରାଯିବାର ଆବଶ୍ୟକତା ରହିଛି । ମୁଁ ଆପଣଙ୍କୁ ଏକ ଉଦାହରଣ ଦେଉଛି । ଲଦାଖରେ ସୋଲୋ ନାମକ ଏକ ଗଛ ମିଳିଥାଏ । ବିଶେଷଜ୍ଞଙ୍କ କହିବା କଥା ଯେ ଏହି ଗଛ, ଅଧିକ ଉଚ୍ଚତାରେ ରହୁଥିବା ଲୋକମାନଙ୍କ ପାଇଁବରଫାବୃତ ପାହାଡ଼ରେ ନିୟୋଜିତ ସୁରକ୍ଷାବାହିନୀଙ୍କ ପାଇଁ ସଞ୍ଜିବନୀ ଭଳି କାମ କରିଥାଏ । କମ ଅମ୍ଳଜାନ ଥିବା ଜାଗାରେ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ସମ୍ଭାଳି ରଖିବାରେ ଏହାର ବହୁତ ବଡ଼ ଭୂମିକା ରହିଛି । ଚିନ୍ତା କରନ୍ତୁଏମିତି ଅଦ୍ଭୂତ ଜିନିଷସାରା ବିଶ୍ୱରେ ବିକ୍ରି ହେବା ଉଚିତ ନା ନାହିଁଏମିତି କେଉଁ ହିନ୍ଦୁସ୍ତାନୀ ଏହା ଚାହିଁବେ ନାହିଁ ।
ଆହୁରି ସାଥୀଗଣ, ମୁଁ କେବଳ ଗୋଟିଏ ନାଁ ନେଇଛି । ଏମିତି ଅନେକ ଔଷଧୀୟ ବୃକ୍ଷ ଔଷଧୀୟ ଉତ୍ପାଦ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ବିସ୍ତାରିତ ହୋଇଛି । ସେଗୁଡ଼ିକୁ ଚିହ୍ନଟ କରାଯିବ, ସେଗୁଡ଼ିକୁ ବିକ୍ରି କରାଗଲେ ତ’ ଏହାର ବହୁତ ବଡ଼ ଲାଭ ସେଠାକାର ଲୋକମାନଙ୍କୁ ମିଳିବସେଠାକାର କୃଷକମାନଙ୍କୁ ମିଳିବ । ସେଥିପାଇଁ ମୁଁ ଦେଶର ଉଦ୍ୟୋଗୀମାନଙ୍କୁରପ୍ତାନି ସହ ଜଡ଼ିତ ଲୋକମାନଙ୍କୁଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜଡ଼ିତ ଲୋକମାନଙ୍କୁ ଅନୁରୋଧ କରିବି ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ସ୍ଥାନୀୟ ଉତ୍ପାଦକୁ ସାରା ବିଶ୍ୱରେ ପହଁଚାଇବାର କାମ କରିବା ଲାଗି ଆଗେଇ ଆସନ୍ତୁ ।
ସାଥୀ ଗଣ, କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଏବେ ଲଦାଖର ଲୋକମାନଙ୍କ ବିକାଶଭାରତ ସରକାରଙ୍କ ସ୍ୱଭାବିକ ଦାୟିତ୍ୱ ହୋଇଛି । ସ୍ଥାନୀୟ ପ୍ରତିନିଧିଲଦାଖ ଏବଂ କାରଗିଲ ଡେଭଲପମେଣ୍ଟ କାଉନସିଲର ସହଯୋଗରେ କେନ୍ଦ୍ର ସରକାର, ବିକାଶର ବିଭିନ୍ନ ଯୋଜନାର ଲାଭ ଏବେ ଆହୁରି ଦ୍ରୁତଗତିରେ ପହଁଚାଇବେ ।
ଲଦାଖ ନିକଟରେ ଆଧ୍ୟାତ୍ମିକ ପର୍ଯ୍ୟଟନଦୁଃସାହସିକ ପର୍ଯ୍ୟଟନ ଏବଂ ଇକୋ-ଟୁରିଜିମର ସବୁଠୁ ବଡ଼ କେନ୍ଦ୍ର ହେବାର କ୍ଷମତା ରହିଛି । ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଲଦାଖ ବହୁତ ବଡ଼ କେନ୍ଦ୍ର ହୋଇପାରିବ । ଏବେ ସେଠାକାର ସାମର୍ଥ୍ୟର ଉଚିତ ଉପଯୋଗ ହେବ ଏବଂ ବିନା ଭେଦଭାବରେ ବିକାଶର ନୂଆ ସୁଯୋଗ ସୃଷ୍ଟି ହେବ । ଏବେ ଲଦାଖର ଯୁବକମାନଙ୍କ ଅଭିନବ ଉତ୍ସାହକୁ ପ୍ରୋତ୍ସାହନ ମିଳିବସେମାନଙ୍କୁ ଉତ୍ତମ ଶିକ୍ଷା ଲାଗି ଉତ୍ତମ ସଂସ୍ଥାନ ମିଳିବସେଠାକାର ଲୋକମାନଙ୍କୁ ଭଲ ହସପିଟାଲ ମିଳିବଭିତ୍ତିଭୂମିର ଆହୁରି ଅଧିକ ଆଧୁନିକୀକରଣ ହେବ ।
ସାଥୀଗଣ, ଗଣତନ୍ତ୍ରରେ ଏହା ମଧ୍ୟ ବହୁତ ସ୍ୱଭାବିକ ଯେ କିଛି ଲୋକ ଏହି ନିଷ୍ପତ୍ତି ସପକ୍ଷରେ ଅଛନ୍ତି ଏବଂ କିଛି ଲୋକଙ୍କର ଏହା ଉପରେ ମତଭେଦ ରହିଛି । ମୁଁ ସେମାନଙ୍କ ମଦଭେଦକୁ ମଧ୍ୟ ସମ୍ମାନ କରୁଛି ଏବଂ ସେମାନଙ୍କ ଆପତ୍ତିକୁ ମଧ୍ୟ । ଏହା ଉପରେ ଯେଉଁ ବିତର୍କ ହେଉଛିଏହାର କେନ୍ଦ୍ର ସରକାର ଜବାବ ମଧ୍ୟ ଦେଉଛନ୍ତି । ସମାଧାନ କରିବାର ପ୍ରୟାସ ମଧ୍ୟ କରୁଛନ୍ତି । ଏହା ଆମର ଗଣତାନ୍ତ୍ରିକ ଦାୟିତ୍ୱ । କିନ୍ତୁ ମୋର ସେମାନଙ୍କୁ ଅନୁରୋଧ ଯେ ସେମାନେ ଦେଶହିତକୁ ସର୍ବୋପରି ରଖି ବ୍ୟବହାର କରନ୍ତୁ ଏବଂ  ଜାମ୍ମୁ-କାଶ୍ମୀର ଲଦାଖକୁ ନୂତନ ମାର୍ଗ ଦେଖାଇବାରେ ସରକାରଙ୍କ ସହାୟତା କରନ୍ତୁ । ଦେଶର ସହାୟତା କରନ୍ତୁ । ସଂସଦରେ କେଉଁମାନେ ମତଦାନ କଲେକେଉଁମାନେ ନକଲେକେଉଁମାନେ ସମର୍ଥନ କଲେକେଉଁମାନେ କଲେ ନାହିଁ, ଏହାଠାରୁ ଆଗକୁ ଯାଇ ଏମେ ଆମକୁ ଜାମ୍ମୁ-କାଶ୍ମୀର-ଲଦାଖର ହିତରେ ମିଳିମିଶିଏକଜୁଟ ହୋଇ କାମ କରିବାକୁ ହେବ । ମୁଁ ପ୍ରତ୍ୟେକ ଦେଶବାସୀଙ୍କୁ ଏହା ମଧ୍ୟ କହିବାକୁ ଚାହୁଁଛି ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକମାନଙ୍କ ଚିନ୍ତା, ଆମ ସମସ୍ତଙ୍କ ଚିନ୍ତା130 କୋଟି ନାଗରିକମାନଙ୍କ ଚିନ୍ତା ରହିଛିସେମାନଙ୍କୁ ସୁଖ-ଦୁଃଖ, ସେମାନଙ୍କ କଷ୍ଟରୁ ଆମେ ଅଲଗା ନୋହୁଁ । ଅନୁଚ୍ଛେଦ 370ରୁ ମୁକ୍ତି ଏକ ବାସ୍ତବତା, କିନ୍ତୁ ଏହା ମଧ୍ୟ ସତ ଯେ ଏ ସମୟରେ ଇତିହାସ ଦୃଷ୍ଟିରୁ ନିଆଯାଇଥିବା ପଦକ୍ଷେପ କାରଣରୁ ଯେଉଁ ସମସ୍ୟା ସୃଷ୍ଟି ହେଉଛିତାର ମୁକାବିଲା ମଧ୍ୟ ସେହି ଲୋକମାନେ କରିପାରିବେ । କିଛି ହାତଗଣତି ଲୋକ, ଯେଉଁମାନେ ସେଠାରେ ପରିସ୍ଥିତିକୁ ବିଗାଡ଼ିବାକୁ ଚାହୁଁଛନ୍ତି, ସେମାନଙ୍କୁ ଧୈର୍ଯ୍ୟପୂର୍ବକ ଜବାବ ମଧ୍ୟ ଆମର ଭାଇ ଭଉଣୀମାନେ ଦେଉଛନ୍ତି । ଆମେ ଏହା ମଧ୍ୟ ଭୁଲିବା ଉଚିତ ନୁହେଁ ଯେ ଆତଙ୍କାବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେବା ଲାଗି ପାକିସ୍ତାନୀ ଷଡ଼ଯନ୍ତ୍ରର ବିରୋଧରେ ଜାମ୍ମୁ-କାଶ୍ମୀରର ହିଁ ଦେଶଭକ୍ତ ଲୋକମାନେ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି । ଭାରତୀୟ ସମ୍ବିଧାନ ଉପରେ ବିଶ୍ୱାସ କରୁଥିବା ଆମର ଏ ସମସ୍ତ ଭାଇ-ଭଉଣୀ ଭଲ ଜୀବନ ଜୀଇଁବାର ଅଧିକାରୀ ଅଟନ୍ତି । ଆମେ ସେମାନଙ୍କ ପାଇଁ ଗର୍ବିତ । ମୁଁ ଆଜି ଜାମ୍ମୁ-କାଶ୍ମୀରର ଏହି ସାଥୀମାନଙ୍କୁ ଭରସା ଦେଉଛି ଯେ ଧୀରେ ଧୀରେ ପରିସ୍ଥିତି ସାମାନ୍ୟ ହୋଇଯିବ ଏବଂ ସେମାନଙ୍କ ସମସ୍ୟା ଦୂର ହୋଇଚାଲିବ ।
ସାଥୀଗଣ, ଇଦର ଅଭିନନ୍ଦନ ପର୍ବ ପାଖେଇ ଆସୁଛି । ଇଦ ଲାଗି ମୋ ପକ୍ଷରୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ସରକାର ଏକଥା ପ୍ରତି ଧ୍ୟାନ ଦେଉଛନ୍ତି ଯେ ଜାମ୍ମୁ-କାଶ୍ମୀରରେ ଇଦ ପାଳନରେ ଲୋକମାନଙ୍କୁ କୌଣସି ସମସ୍ୟା ନହେଉ । ଆମର ଯେଉଁ ସାଥୀ ଜାମ୍ମୁ-କାଶ୍ମୀରରୁ ବାହାରେ ରହୁଛନ୍ତି ଏବଂ ଇଦରେ ନିଜ ଘରକୁ ଫେରିଯିବା ଳାଗି ଚାହୁଁଛନ୍ତିସେମାନଙ୍କୁ ମଧ୍ୟ ସରକାର ଯଥାସମ୍ଭବ ସହାୟତା କରୁଛନ୍ତି ।
ସାଥୀଗଣ, ଆଜି ଏହି ଅବସରରେ, ମୁଁ  ଜାମ୍ମୁ-କାଶ୍ମୀରର ଲୋକମାନଙ୍କ ସୁରକ୍ଷାରେ ନିୟୋଜିତ ନିଜ ସୁରକ୍ଷାବାହିନୀର ସାଥୀମାନଙ୍କୁ ମଧ୍ୟ କୃତଜ୍ଞତା ବ୍ୟକ୍ତ କରୁଛି । ପ୍ରଶାସନ ସହ ଜଡ଼ିତ ସବୁ ଲୋକ, ରାଜ୍ୟର କର୍ମଚାରୀ ଏବଂ ଜାମ୍ମୁ-କାଶ୍ମୀର ପୋଲିସ ଯେପରି ପରିସ୍ଥିତିକୁ ସମ୍ଭାଳୁଛନ୍ତି ସେମାଙ୍କୁ ଯେତେ ପ୍ରଶଂସା କଲେ କମ ହେବ । ଆପଣମାନଙ୍କ ଏହି ପରିଶ୍ରମ, ମୋର ଏହି ବିଶ୍ୱାସକୁ ଆହୁରି ବଢ଼ାଇଛିପରିବର୍ତ୍ତନ ହୋଇପାରିବ 
ଭାଇ ଓ ଭଉଣୀମାନେ, ଜାମ୍ମୁ-କାଶ୍ମୀର ଆମ ଦେଶର ମୁକୁଟଆମେ ଏହାକୁ ନେଇ ଗର୍ବିତ । ଏହାର ରକ୍ଷା ଲାଗି ଜାମ୍ମୁ-କାଶ୍ମୀରର ଅନେକ ବୀର ପୁଅ-ଝିଅମାନେ ନିଜ ବଳିଦାନ ଦେଇଛନ୍ତି, ନିଜ ଜୀବନକୁ ବାଜି ଲଗାଇଛନ୍ତି । ପୁଞ୍ଛ ଜିଲ୍ଲାର ମୌଲବୀ ଗୁଲାମ ଦୀନ, ଯିଏକି 65ର ଯୁଦ୍ଧରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ବିଷୟରେ ଭାରତୀୟ ସେନାକୁ କହିଥିଲେ, ତାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଥିଲା, ଲଦାଖର କର୍ଣ୍ଣଲ ସୋନମ ୱାଙ୍ଗଚୁଗ ଯିଏକି କାର୍ଗିଲ ଯୁଦ୍ଧରେ ଶତ୍ରୁପକ୍ଷକୁ ଧୂଳି ଚଟାଇ ଦେଇଥିଲେ, ତାଙ୍କୁ ମହାବୀର ଚକ୍ର ଦିଆଯାଇଥିଲା । ରାଜୌରୀର ରୁଖସାନା କୌସରଯିଏକି ଜଣେ ବଡ଼ ଆତଙ୍କବାଦୀକୁ ମାରି ଦେଇଥିଲେସେ କୀର୍ତି ଚକ୍ରରେ ସମ୍ମାନିତ ହୋଇଛନ୍ତି । ପୁଞ୍ଛର ଶହୀଦ ଔରଙ୍ଗଜେବଯାହାଙ୍କୁ ଗତବର୍ଷ ଆତଙ୍କବାଦୀମାନେ ହତ୍ୟା କରି ଦେଇଥିଲେ ଏବଂ ତାଙ୍କର ଦୁଇ ଭାଇ ଏବେ ସେନାରେ ଭର୍ତି ହୋଇ ଦେଶ ସେବା କରୁଛନ୍ତି, ଏପରି ବୀର ପୁଅ-ଝିଅଙ୍କ ତାଲିକା ବହୁତ ଲମ୍ବା । ଆତଙ୍କବାଦୀଙ୍କ ସହ ଲଢ଼ି ଜାମ୍ମୁ-କାଶ୍ମୀର ପୋଲିସର ଅନେକ ଯବାନ ଏବଂ ଅଧିକାରୀ ମଧ୍ୟ ଶହୀଦ ହୋଇଛନ୍ତି । ଦେଶର ଅନ୍ୟ ଭୂ-ଭାଗରୁ ମଧ୍ୟ ହଜାର ହଜାର ଲୋକଙ୍କୁ ଆମେ ହରାଇଛୁ । ଏ ସମସ୍ତଙ୍କ ସ୍ୱପ୍ନ ଥିଲା- ଏକ ଶାନ୍ତ, ସୁରକ୍ଷିତସମୃଦ୍ଧ ଜାମ୍ମୁ-କାଶ୍ମୀର ନିର୍ମାଣ କରିବା । ସେମାନଙ୍କ ସ୍ୱପ୍ନକୁ ଆମେ ମିଳିମିଶ ସମ୍ପୂର୍ଣ୍ଣ କରିବା ।
ସାଥୀଗଣ, ଏହି ନିଷ୍ପତ୍ତି ଜାମ୍ମୁ-କାଶ୍ମୀର ଏବଂ ଲଦାଖ ସହିତ ହିଁ ସାରା ଭାରତର ଆର୍ଥିକ ପ୍ରଗତିରେ ସହଯୋଗ କରିବ । ଯେତେବେଳେ ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ଭୂଭାଗରେ ସୁଖଶାନ୍ତି ବିରାଜମାନ କରିବ’ ସ୍ୱଭାବିକ ଭାବେ ବିଶ୍ୱ ଶାନ୍ତିର ପ୍ରୟାସ ଆହୁରି ସୁଦୃଢ଼ ହେବ । ମୁଁ ଜାମ୍ମୁ-କାଶ୍ମୀରର ମୋର ଭାଇ ଓ ଭଉଣୀମାନଙ୍କୁଲଦାଖର ଭାଇ ଓ ଭଉଣୀମାନଙ୍କୁ ଆହ୍ୱାନ କରୁଛି ।
ଆସନ୍ତୁ, ଆମେ ସମସ୍ତେ ମିଶି ଦୁନିଆକୁ ଏହା ଦେଖାଇ ଦେବା ଯେ ଏହି କ୍ଷେତ୍ରର ଲୋକମାନଙ୍କ ସାମର୍ଥ୍ୟ କେତେ ଅଧିକଏଠାକାର ଲୋକମାନଙ୍କ ସାହସସେମାନଙ୍କ ଆତ୍ମବିଶ୍ୱାସ କେତେ ଅଧିକ ।
ଆସନ୍ତୁ, ଆମେ ସମସ୍ତେ ମିଶିନୂଆ ଭାରତ ସହିତ ଏବେ ନୂଆ ଜାମ୍ମୁ-କାଶ୍ମୀର ଏବଂ ନୂଆ ଲଦାଖର ମଧ୍ୟ ନିର୍ମାଣ କରିବା ।
ବହୁତ ବହୁତ ଧନ୍ୟବାଦ !
ଜୟ ହିନ୍ଦ !